-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ଗaଞ୍ଜାମ, ବୁଗୁଡା -(ଡ଼ଃ.କୁମୁଦ ଚଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ୨୦ ଟି ଜଳଭଣ୍ଡାର ନିକଟରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ବୁଗୁଡା ବନାଞ୍ଚଳରେ ମୋଟ ୪୦୪୨ ପକ୍ଷୀ ଥିବା ପକ୍ଷୀ ଗଣନାରୁ ଜଣାପଡ଼ିଥିବା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି। ଏହି ଗଣନାରେ ୨୪ ପ୍ରଜାତିର ପକ୍ଷୀ ଥିବା ବେଳେ ୪ ପ୍ରଜାତିର ବିଦେଶୀ ପକ୍ଷୀ ଓ ୨୦ ପ୍ରଜାତିର ଦେଶୀୟ ପକ୍ଷୀ ଅଟନ୍ତି। ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାର ସମେତ ୨୦ ଟି ଜଳଭଣ୍ଡାର ଗୁଡିକରେ ଏହି ପକ୍ଷୀ ଗଣନା କରାଯାଇଛି। ପକ୍ଷୀ ଗଣନା ପାଇଁ ୨୦ଟି ଟିମରେ ୩୯ ଜଣ କର୍ମଚାରୀ ନିଯୁକ୍ତି ହୋଇଥିବା ବେଳେ ପାର ଫରେଷ୍ଟର ଓ ବନ ସଂରକ୍ଷଣ ସମିତି ସହଯୋଗ କରିଥିଲେ।