-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
04-Oct-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଉପକରଣ ଯୋଗାଣ ନିମନ୍ତେ ଆଜି ବେଲ ପଡ଼ା କିର୍ତ୍ତନ ମେହେର ୟୁ,ପି ସ୍କୁଲ ଠାରେ ବ୍ଳକ ସ୍ତରୀୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଚତୁର୍ଭୁଜ ମିର୍ଦ୍ଧା (ଏବିଇଓ,ବି ଆର୍ ସି ସି )ଯୋଗଦେଇ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏବିଇଓ ଜଗବନ୍ଧୁ ମାଝି,ଏବିଇଓ ମହରା ଯୋଗଦେଇ କାର୍ଯ୍ୟ କୁ ପ୍ରଥମ ସଭାକୁ ଆରମ୍ଭ କରିଥିଲେ। ଦ୍ଵିତୀୟ ଅଧିବେଶନ ରେ ବଲାଙ୍ଗିର ରୁ ଆସିଥିବା ବିଭିନ୍ନ ବିଭାଗ ର ଡାକ୍ତର ଅମିତ ମିଶ୍ର, ଡାକ୍ତର ଶୁଭ ସ୍ମିତା ସାହୁ, ଡଃ ଜିତେନ୍ଦ୍ର ବାରିକ ଓ ଶୁଭମ୍ ଯାଦବ ଚିହ୍ନଟି କରଣ ପ୍ରକ୍ରିୟା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ତାଙ୍କର ଅଭିବାବକ ମାନଙ୍କୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟ କୁ ବେଲ ପଡ଼ା ବ୍ଳକ ର ଆଇ ଇ ଡି ର କର୍ମଚାରୀ ରାଜପ୍ରସାଦ ମହାଲିଙ୍ଗ ,ନେତ୍ରା ମେହେର, ଆଶୁତୋଷ ଠାକୁର, ପାଣ୍ଡବ ତାଣ୍ଡି,ହାରାବତୀ ପ୍ରଧାନ,ଟିକେଶ୍ବରୀ ମିର୍ଦ୍ଧା ପୂର୍ଣ୍ଣ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କିର୍ତ୍ତନ ୟୁପି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଅନିତା ମେହେର, ପ୍ରଦୀପ ସିଂ ବାବୁ ,ଲଥାକେନ୍ଦ ସି ଆର ସି ସି ଭୋଲେଶ୍ବର ତାଣ୍ଡି ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ରାମପ୍ରସାଦ ମହାଲିଙ୍ଗ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟ ର ପରିସମାପ୍ତି କରିଥିବା ଜଣାପଡିଛି।