-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
04-Oct-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ଜ଼ିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । ଆଜି ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜ଼ିଲ୍ଲାରେ ଚକ ଅଖ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ ପ୍ରତିଷ୍ଠାନ ବନ୍ଦ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଥିଲା। ଆମ ଜ଼ିଲ୍ଲାରେ ଯୁବତୀଯୁବକ ଶିକ୍ଷିତ ହୋଇ ଯୋଗ୍ୟତା ଥାଇ ମଧ୍ୟ ଜ଼ିଲ୍ଲାରେ ଗ୍ରୁପ୍ ସି ଏବଂ ଡି ଗ୍ରେଡ୍ର ଚାକିରି ପାଇପାରୁ ନାହାନ୍ତି, ବେକାର ହୋଇ ରହୁଛନ୍ତି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜ଼ିଲ୍ଲାରେ ବେକାରି ସମସ୍ୟା ବଢୁଛି। ବିଗତ ଦିନରେ ନବରଙ୍ଗପୁର ଜ଼ିଲ୍ଲାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୮୬୦ ଗୋଟି ପଦବୀ ବାହାରିଥିଲା। ସେଥିରୁ ଜ଼ିଲ୍ଲାର ୧୩୪ ଜଣ ପ୍ରାର୍ଥୀ ହିଁ ନିଯୁକ୍ତି ପାଇଛନ୍ତି। ବଳକା ୭୨୬ ପିଲା ବାହାର ଜ଼ିଲ୍ଲାର ତେଣୁ ନବରଙ୍ଗପୁର ଜ଼ିଲ୍ଲାବାସୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହି ବନ୍ଦ ପାଳନରେ ସାମିଲ ହେବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନ ଦେଇଥିଲା । ଦାବି ପୂରଣ ନ ହେଲେ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଡିଇଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଜ଼ିଲ୍ଲାରେ କଳାଦିବସ ପାଳନ କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଡାବୁଗାଁ ଠାରେ ଡାବୁଗାଁ ବିଧାୟକ ମନହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲ୍ଲାପରିଷଦ ଅଧକ୍ଷ ମାତିରାମ ନାୟକ ସୂଚନା ଦେଲେ। ଆଜି ଏହି ବନ୍ଦ ସମୟରେ ଉପସ୍ଥିତି ଥିଲେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, କଂଗ୍ରେସ ବ୍ଲକ ସଭାପତି ସାଇ ରାଜୁ ସମେତ ଅନେକେ ଜନପ୍ରତିନିଧି ଏଵଂ ଶତାଧିକ ଶିକ୍ଷିତ ଯୁବକ ଯୁବତୀ