-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
04-Oct-2024
ରେଙ୍ଗାଲିକେମ୍ପ(ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ପିଠାପୋଟଳ ଆଞ୍ଚଳିକ ସାଧନ କେନ୍ଦ୍ର ( କ୍ସ୍ତଷ୍ଟର) ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ କଲାଡୁଙ୍ଗୁରି ୟୁ ପି ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ "ଲୋକକଳା ଓ ସଂସ୍କୃତି " ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭାରପ୍ରାତ୍ପ ସିଆରସିସି ରାଜୀବ ବିଶ୍ଵାଳ ଙ୍କ ତତ୍ତ୍ଵାବଧାନରେ ତଥା ଜାଙ୍ଗେଡ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁନିଲ ଶର୍ମା ଙ୍କ ସଭାପତିତ୍ବରେ ଏହି ସୁରଭି କାର୍ଯକ୍ରମ ହୋଇଥିଲା । ଅବସରପ୍ରାପ୍ତ ଶିକ୍ଷକ ରାଧେଶ୍ୟାମ ବାଗ, ଓ ସୁଦର୍ଶନ ଷଣ୍ଢ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଓ କଳା ଡୁଙ୍ଗୁରି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରଥ ମିର୍ଦ୍ଧା,
ନିମନ୍ତ୍ରିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ । ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଏଥିରେ ପ୍ରଥମ ରୁ ଦଶମ
ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ, କନିଷ୍ଠ ଓ ସର୍ବ କନିଷ୍ଠ ଆଦି ତିନୋଟି ବିଭାଗରେ ବକୃତା, ପ୍ରବନ୍ଧ, ସୃଜନାତ୍ମକ ଲିଖନ, କୁଇଜ୍, କଣ୍ଠ ସଙ୍ଗୀତ , ଚିତ୍ରାଙ୍କନ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା କରାଯାଇଥିଲା । ପ୍ରତି ବିଷୟ ଗୁଡିକରେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତ୍ୟେକ ବିଷୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଆସନ୍ତା କାଲି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣା ପଡିଛି। କ୍ଳଷ୍ଟର ଅନ୍ତର୍ଗତ ୧୦ ବିଦ୍ୟାଳୟ ରୁ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପ୍ରତିଯୋଗିତା ଓ ମଧ୍ୟାହ୍ନ ଭୋଜନ ବିରତି ପରେ ଦ୍ଵିତୀୟ ପର୍ଯ୍ୟାୟ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା ।ଏଥିରେ ଶିକ୍ଷକ ରଶ୍ମୀ ରଞ୍ଜନ ସାହୁ, ମଣ୍ଡଳ ବୁଡେକ୍, ବେଣୁଧର ବିଶ୍ଵାଳ,ତନୁଜା ଭୁଏ, ନିଲେନ୍ଦ୍ରି ଭୁଏ, ପିଙ୍କି ଛତର, ସ୍ମିତାରାଣୀ ଙ୍କ ସମେତ ଜାଙ୍ଗେଡ ଉଚ୍ଚ ବିଦ୍ୟାଳୟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ ।ଶେଷରେ ସୁଧାଂଶୁ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।