-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ଜିଲ୍ଲା

ଲାଦରପାଲି ରଣେଶ୍ୱରୀ ରାମଚଣ୍ଡୀ ପୀଠରେ ୯ ତମ ଶାରଦୀୟ ଷୋଡ଼ଶ ପୂଜା

04-Oct-2024



ରେଙ୍ଗାଲିକ୍ୟାମ୍ପ(ଆକାଶ ମିଶ୍ର): ଅତାବିରା ବ୍ଲକ  ଅନ୍ତର୍ଗତ ଲାଦର ପାଲି ଠାରେ ୨୦୧୬ ରେ  ଜଣ କଲ୍ୟାଣ କୁଳିତା ସମାଜ ପକ୍ଷରୁ   ପ୍ରତିଷ୍ଠା କରାଯାଇଥିବା ମାଁ ରଣେଶ୍ୱରୀ  ରାମଚଣ୍ଡୀ ପୀଠରେ ନବମ ତମ ଶାରଦୀୟ ଷୋଡ଼ଶ ପୂଜା ମହା ସମାରୋହରେ ଆରମ୍ଭ ହୋଇଯାଇଛି ।ଚଳିତ ବର୍ଷ କର୍ତ୍ତା ରୂପେ ସୋଢାପାଳି ନିବାସୀ ଶ୍ରୀ ପର୍ଶୁରାମ ପ୍ରଧାନ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ପଦ୍ମାଳୟା ପ୍ରଧାନ,ପୁଝାରୀ ରୂପେ ପଣ୍ଡିତ ଜୟ କୁମାର ଦାସ ଓ ସାଥୀ ଦାୟିତ୍ୱ ତୁଲାଇଛନ୍ତି । ଅନ୍ୟ  ଦେବୀ ପୀଠ ମାନଙ୍କରେ ନବରାତ୍ର ପୂଜା  ନଅ ଦିନ ଧରି ହୋଇଥିବା ବେଳେ ଏହି ମନ୍ଦିରରେ ମହାଳୟା ଠାରୁ   ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା  ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ  ଧରି ଚାଲିଥାଏ ଯାହା ଏହି ପୀଠର ଅନ୍ୟ ଏକ ବୈଶିଷ୍ଟ୍ୟ । ପ୍ରତିଦିନ ରୀତିନୀତି ସହ  ହୋମ ଆଦି ଷୋଡଶ ପୂଜା କରାଯାଏ। ସକାଳେ   ବାଳଭୋଗ, ମଧ୍ୟାହ୍ନ ରେ ଜାଉ ,ଅନ୍ନଭୋଗ ଓ ସନ୍ଧ୍ୟାରେ   କାକରା ପିଠା ମାଁ ଙ୍କୁ ଭୋଗ ଆଦି ଲାଗିଥାଏ ।
ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ମାଁ ଙ୍କ ର   ନଅ  ଟି ବେଶ କରାଯାଏ ।   ଏହି ପୂଜା ପାଇଁ ମହାଳୟା ଦିନ  ଶତାଧିକ ମହିଳା ଓ ପୁରୁଷ ଭବ୍ୟ ସମାରୋହରେ କଳସ ଶୋଭାଯାତ୍ରା ବାହାରି ବାବା ମଠ ରେ ପହଞ୍ଚି ସେଠାରେ ଥିବା ପୁଷ୍କରିଣୀ ରୁ ପୂଜାର୍ଚ୍ଚନା ପରେ ମନ୍ତ୍ରୀତ ପବିତ୍ର ଜଳପୂର୍ଣ୍ଣ କଳସ ଧରି ମନ୍ଦିର କୁ ଫେରିଥିଲେ ।  ଏହି ଶାରଦୀୟ ଷୋଡଶ ପୂଜା ନିମନ୍ତେ ମାନସିକ ଧାରୀ ମାନେ  ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥିଲେ ।ନୂତନ ଭାବେ ଗଠିତ ହୋଇଥିବା ପୂଜା କମିଟିର ସଭାପତି  ସଦାନନ୍ଦ ପ୍ରଧାନ ( ମିଳୁ)  ଙ୍କ ତତ୍ତ୍ଵାବଧାନରେ  ଏହି ସମସ୍ତ ପୂଜା କାର୍ଯ୍ୟ  ସୁଚାରୁ ରୂପେ ସମ୍ପାଦିତ ହେଉଛି ।ପ୍ରତିଦିନ ଶତାଧିକ ଭକ୍ତଙ୍କୁ  ଅନ୍ନଭୋଗ ବଣ୍ଟନ କରାଯାଉଛି । ଏହି ପୀଠରେ  ଶ୍ରଦ୍ଧାଳୁଙ୍କ ମାନସିକ ପୁରାଣ ହୋଇଥାଏ ବୋଲି ଲୋକଙ୍କ  ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।  ତେଣୁ ଦିନକୁ ଦିନ  ଶ୍ରଦ୍ଧାଳୁ ଙ୍କ ଭିଡ଼ ମଧ୍ୟ ବଢିବାରେ ଲାଗିଛି । ପ୍ରତିଦିନ ମାଁ ନଜର ପୀଠକୁ ଆଖପାଖ ଗ୍ରାମ ମାନଙ୍କରୁ    ଜୁଗାର  ଆସିଥାଏ ।   ଜୁଗାର ଗୁଡ଼ିକ ପ୍ରତିଯୋଗିତା ମୂଳକ ଭାବରେ   ତିଆରି କରାଯାଇ ସେହି ଅନୁରୂପେ  ଆତସବାଜି ସହ ଭବ୍ୟ ଶୋଭାଯାତ୍ରା ମଧ୍ୟ ହୋଇଥାଏ , ଯାହାକୁ  ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମି ରହିଥାଏ , ଏହା ଏହି ପୀଠର ଅନ୍ୟ ଏକ ଆକର୍ଷଣୀୟ  ବା ବିଶେଷତ୍ଵ  ଭାବରେ ରହିଆସିଛି ।  ପୂଜା କମିଟିର ସଭାପତି ଶ୍ରୀ ପ୍ରଧାନ ଚଳିତ ବର୍ଷ ଏହି ପୂଜାକୁ ଆକର୍ଷଣୀୟ  କରିବା ସହ ପୂଜା ପଦ୍ଧତି ସମ୍ପୂର୍ଣ ରୀତି ନୀତି  ସହକାରେ କରାଯିବା ସହ ପ୍ରତ୍ୟେକ ଶ୍ରଦ୍ଧାଳୁ   କିପରି  ସୁବିଧାରେ , ଶାନ୍ତି ଶୃଙ୍ଖଳା ସହ  ମାଁ ଙ୍କ  ର ଦର୍ଶନ କରିପାରିବେ ସେଥିପାଇଁ   ବିଶେଷ  ଗୁରୁତ୍ବ  ଦେଉଛନ୍ତି । 


.


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like