-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ତୁଷୁରା, (ପଞ୍ଚାନନ ନାଏକ ) ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସି ରେ ଥିବା ବିଦ୍ୟା ନିକେତନ ଆବାସିକା ବିଦ୍ୟାଳୟ ଠାରେ ଖୁବ ଧୁମଧାମରେ ଗାନ୍ଧିଜୀଙ୍କ ଜନ୍ମ ଦିବସ ତଥା ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ତଥା ସେବା ଫର ଡିଜାବ୍ଲିଟି ସଭାପତି ଶମ୍ଭୁ ପ୍ରସାଦ ସାହୁ ଯୋଗଦେଇ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରି ଦୀପ ଜାଲି ଫୁଲ ଅର୍ପଣ କରିଥିଲେ ଏବଂ ଗାନ୍ଧୀଜୀଙ୍କ ଜୀବନ ଶୈଲି ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ଦେଇଥିଲେ।ଅପରପକ୍ଷରେ ମଞ୍ଚାଶିନ ଅତିଥି ଭାବେ ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡା, ଓଡ଼ିଆ ଶିକ୍ଷକ ରମେଶ ଚନ୍ଦ୍ର ପଟ୍ଟନାୟକ ଏବଂ ଇଂରାଜୀ ଶିକ୍ଷକ ଦୟାମୟ ବୁଡେକ ମଞ୍ଚାଶିନ ଥିଲେ ଏବଂ ଗାନ୍ଧୀଜୀଙ୍କ ଦେଶ ପ୍ରେମ ଏବଂ ବଳିଦାନ ବିଷୟରେ ଆଲୋଚନା ପାତ କରିଥିଲେ। ଏବଂ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଗାନ୍ଧୀଜୀଙ୍କ ବିଷୟରେ ସୁନ୍ଦର ଭାବରେ ଅଭିଭାଷଣ ଦେଇଥିଲେ। ଶିକ୍ଷକ ଲୋଚନ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।