-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ବୀରମହାରାଜାପୁର: ମା ଝଡେଶ୍ୱରି ଡ଼ିଗ୍ରୀ ମହାବଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସତ୍ୟ ଅହିଂସା ସ୍ୱଚ୍ଛତାର ପଦ ଯାତ୍ରା ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଠାରୁ ଧାମା ଗ୍ରାମ ପର୍ଯ୍ୟନ୍ତ ୧୩୦ଜଣ ଛାତ୍ର ଛାତ୍ରୀ ପଦଯାତ୍ରା କରି ଥିଲେ। ଅଧ୍ୟକ୍ଷ ଅନୀଲ ପ୍ରଧାନ ଅଧ୍ୟକ୍ଷତାରେ ଧାମା ଗ୍ରାମ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଧମା ସରପଞ୍ଚ ଶ୍ରୀମତୀ ଲଳିତା ପଧାନ ପଦଯାତ୍ରା ରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ସତ୍ୟ ଅହିଂସା ସ୍ୱଚ୍ଛତାର ପଥ ଅନୁସରଣ କରିବାକୁ କହିଥିଲେ। +୩ପ୍ରଥମ ବର୍ଷ ର ଛାତ୍ର ସୁରଜ୍ କୁନାର ଗାନ୍ଧିଜୀଙ୍କ ଭୂମିକା ଅଭିନୟ କରିଥିଲେ। ଛାତ୍ରୀ ମାନେ ପ୍ରାରମଭିକ ସଙ୍ଗୀତ ଗାନ କରିଥିଲେ। ଅଧ୍ୟାପକ ସଂସାର ପଧାନ, ବଳଦେବ ମହାକ୍ରୁର,ଲମ୍ବୋଦର ପଢ଼ି, ଅକଦଶିଆ ଦଳାଇ, ଦିଲିପ କୁମାର ଗୁରୁ, ଯଦୁମଣି ସାହୁ, ଚନମୟ ପାଣିଗ୍ରାହୀ, ରତନ ଲୁହୁରା ଅଂଶ ଗ୍ରହଣ କରିଥିଲେ।