-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||     

HOME   ରାଜ୍ୟ

ଓସାକା ହାଇଦ୍ରାବାଦ୍ ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ

03-Oct-2024



ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ସଂଗଠନ ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ "ଓସାକା" ତରଫରୁ ୨୯ ସେପ୍ଟେମ୍ବର ଦିନ ବଂଜାରା ହିଲ୍ ସ   ସ୍ଥିତ ଆଦିବାସୀ ଭବନ ଠାରେ ମହାସମାରୋହରେ ନୂଆଁଖାଇ ଭେଟ୍ ଘାଟ୍ ପାଳିତ ହୋଇଯାଇଛି ।  ପ୍ରଥମେ ଛତର୍ ସହ ଶୋଭାଯାତ୍ରା ପରେ ଧରତୀ ମାତା ଏବଂ ଇଷ୍ଟଦେବୀ ମାଁ ସମଲେଇ, ପାଟଣେଶ୍ବରୀ, ମାଣିକେଶ୍ଵରୀ ଏବଂ ସୁରେଶ୍ଵରି ଙ୍କର ପୂଜାଅର୍ଚନା  ହୋଇଥିଲା । ବିଗତ ବର୍ଷ ପରି ତଳେ ବସି ସମସ୍ତେ ଏକାଠି ନୂଆଁଖାଇ " ଚୁରାକୁଁଡା " ପ୍ରସାଦ ସେବନ ପରେ ଜୁହାରି ଭେଟ ହୋଇଥିଲେ। 

ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ  ଭବାନୀପାଟଣାର ମାନ୍ୟବର ବିଧାୟକ ସାଗର ଚରଣ ଦାସ।  ନୂଆଁଖାଇର ଏକତା ଭଳି ସବୁ ପଶ୍ଚିମ ଓଡ଼ିଶାବାସୀ ଏକଜୁଟ୍ ହେଇ ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ । ଓସାକା, ହାଇଦ୍ରାବାଦ୍ ର ନୂଆଁଖାଇ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଅସଲ ପରମ୍ପରାର ପ୍ରତିଫଳନ ପାଇଁ ଭୁୟସୀ ପ୍ରଶଂସା କରିଥିଲେ। ହାଇଦ୍ରାବାଦରେ କେମିତି ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ପାରିବ ସେଥିପାଇଁ ସେ ଯଥା ସମ୍ଭବ ସହଯୋଗ କରିବେ ବୋଲି ତାଙ୍କର ନୂଆଁଖାଇ ବାର୍ତ୍ତାରେ ଘୋଷଣା କରିଥିଲେ । ଏହି ଅବସରରେ ବିଧାୟକ ସାଗର ଚରଣ ଦାସଙ୍କୁ ଓସାକା ତରଫରୁ  "ଯୁବ ଆଇକନ୍ ଏବଂ ପଶ୍ଚିମ ଓଡ଼ିଶାର ଶ୍ରେଷ୍ଠ ଯୁବ ନେତା -୨୦୨୪ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ  ବିରମହାରାଜପୁର  ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ଡ: ଦେବେନ୍ଦ୍ର କୁମାର ସାହୁ , ଇନ୍ ଫରମେସନ୍ ଟେକ୍ନୋଲୋଜି କ୍ଷେତ୍ର ରେ ଅବଦାନ ପାଇଁ ବୁର୍ଲା ଇଞ୍ଜିନିୟରିଙ୍ଗ୍ କଲେଜର ପୂର୍ବତନ ଛାତ୍ର ଇଂ ମହେଶ ଅଗ୍ରୱାଲ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ  ଏନ.ଜି.ଆର୍.ଆଇ., ହାଇଦ୍ରାବାଦରେ କାର୍ଯ୍ୟରତ ମୁଖ୍ଯ ବୈଜ୍ଞାନିକ ଡ: ବି.ପ୍ରଶାନ୍ତ ପାତ୍ର ଙ୍କୁ " ଓସାକା " ତରଫ୍ ରୁ  ସମ୍ମାନିତ କରାଯାଇଥିଲା।  
ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

ପାଟଣାଗଡ୍ ର "ସାତ୍ କୁଁଆରୀ ସାଂସ୍କୃତିକ ପରିଷଦ " ।  ଦୁଷ୍ମନ୍ତ ସୁନା,  ସଂଗୀତା ରାଉତ, ଟ୍ଵିଙ୍କିଲ ମହାପାତ୍ର, ଭରତ ନାଗ, ମନୋଜ ବାଗ ଏବଂ କରନ୍ ତାଣ୍ଡିଙ୍କର ସମ୍ବଲପୁରୀ ଗୀତର ତାଳେ ତାଳେ  ଦର୍ଶକ ଝୁମି ଉଠିଥିଲେ ।ସଂଗୀତ ଆରାଧନାର ନୃତ୍ୟ ତଥା ମନୋଜ ବାଗ୍ ଏବଂ ଖୁସି ମହାରଣାଙ୍କ ମଞ୍ଚ ପରିଚାଳନା ବେଶ୍ ମନଛୁଆଁ ଥିଲା । ହାସ୍ୟ ତଡ୍ କା ଶିଶିର ପୁରୋହିତଙ୍କର ବ୍ୟଙ୍ଗ କବିତା ଦର୍ଶକ ବେଶ୍  ଉପଭୋଗ କରିଥିଲେ  । ବରିଷ୍ଠ କବି ଭିକାରୀ  ମିଶ୍ରଙ୍କ ଲିଖିତ  ସମ୍ବଲପୁରୀ କୋସଲୀ ବହି "ଜନ୍ ଖମନ୍ " ଏବଂ "ଘନ୍ ଖମନ୍" ଉନ୍ମୋଚିତ ହୋଇଥିଲା । ପଶ୍ଚିମ ଓଡିଶାର ହସ୍ତତନ୍ତ, ଚାରୁକଳା, ଖାଦ୍ୟ ପରମ୍ପରା ଆଦିକୁ ପ୍ରୋତ୍ସାହନ ପାଇଁ 'ଓସାକା' ତରଫ୍ ରୁ "ହାଟ୍" ର ଆୟୋଜନ କରାଯାଇଥିଲା । ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଂ ମଧ୍ଯ  ରେମୁଣ୍ଡାର "ଶୀଳ୍ପୀଶାଢୀ"   ର ବୁଣାକାରଙ୍କୁ ନିମନ୍ତ୍ରିତ  କରାଯାଇଥିଲା।  ପାରମ୍ପରିକ ଖାଦ୍ୟ ପରିବେଷଣ ପାଇଁ  ପଶ୍ଚିମ ଓଡିଶାରୁ ଆମନ୍ତ୍ରିତ ରାନ୍ଧୁଣିଆଙ୍କ ଖାଦ୍ୟ ପ୍ରସ୍ତୁତି ବେଶ୍ ସୁସ୍ବାଦୁ ଥିଲା । ଲକି ଡ୍ର, କୁଇଜ  ତଥା ଆହୁରି କାଯ୍ୟକ୍ରମ ସହ ସମ୍ବଲପୁର- ନାନ୍ଦେଡ୍ ଏକ୍ସପ୍ରେସ ଟ୍ରେନକୁ ପ୍ରତ୍ୟେକ ଦିନ ଚଳାଚଳ ପାଇଁ ରେଳମନ୍ତ୍ରୀ ଙ୍କୁ ଅନୁରୋଧ ଉଦ୍ଦେଶ୍ଯରେ ଦସ୍ତଖତ ଅଭିଯାନ କରାଯାଇଥିଲା।  ଓସାକାର ସଭାପତି ସୁନୀଲ କୁମାର ଗଡତ୍ଯା ଏବଂ ଅନ୍ୟାନ୍ୟ  କର୍ମକର୍ତ୍ତା ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ନିଜ ଅଞ୍ଚଳ ର ବିକାଶ ପାଇଁ  ମିଳିତ ଉଦ୍ୟମ ପାଇଁ ଅନୁରୋଧ କରିଥିଲେ । ଶେଷରେ ଓସାକାର ସାଧାରଣ ସମ୍ପାଦକ ସନ୍ଦୀପ  ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026

You Might Also Like