-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2024
ନବରଙ୍ଗପୁର :(ମିହିର ଶଙ୍କର ପାତ୍ର,)
ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ଖାଇଗଲେ ପୂର୍ବତନ ମାନିଗାଁ ସରପଞ୍ଚ ମଞ୍ଜୁଳା ଜାନି ।ହିତାଧିକାରୀଙ୍କୁ ଟଙ୍କା ନଦେଇ ଆତ୍ମସାତ କରିଥିବା ନେଇ ନବରଙ୍ଗପୁର ଜିଲ୍ଲାପାଳ ଓ
ଏସ ପି ଙ୍କ ନିକଟରେ ଅଭିଯୋଗ କରିଛନ୍ତି ବର୍ତ୍ତମାନର ମାନିଗାଁ ସରପଞ୍ଚ ସୁକଦେବ ମାଝୀ ଓ ହିତାଧିକାରୀ ।ପାପଡାହାଣ୍ଡି ବ୍ଲକ ମାନିଗାଁ ଗ୍ରାମ ପଞ୍ଚାୟତ ରେ ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ମଞ୍ଜୁଳା ଜାନି ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ମଞ୍ଜୁଳା ମାଝୀ ଗ୍ରାମ ପଞ୍ଚାୟତ ପିଡିଏସ ଏକାଉଣ୍ଟ ରୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପର୍ଯ୍ୟାୟ କ୍ରମେ ୪ ଟି କିସ୍ତିରେ ଏକ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରିଥିଲେ। ତେବେ ଉକ୍ତ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶିର ଅର୍ଥ ହିତାଧିକାରୀଙ୍କୁ ଦେଇନ ଥିଲେ ।ସରପଞ୍ଚ ସୁକଦେବ ମାଝୀ ପୂର୍ବତନ ସରପଞ୍ଚ ଙ୍କ କାର୍ଯ୍ୟକାଳ ସମୟରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କହିଥିଲେ। କିନ୍ତୁ ହିତାଧିକାରୀ ପ୍ରତିଦିନ ସରପଞ୍ଚଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଦେବା ପାଇଁ ଅଡି ବସିଥିଲେ। ଶେଷରେ ସେ ଏହାର ତଦନ୍ତ କରି ଜାଣି ବାକୁ ପାଇଲେ ଯେ ପୂର୍ବତନ ମାନିଗାଁ ସରପଞ୍ଚ ମଞ୍ଜୁଳା ଜାନି ପିଡିଏସ ଏକାଉଣ୍ଟ୍ ରୁ ୦୭/୦୯/୧୮ ରୁ ୩୦/୦୮/୧୯ ମଧ୍ୟରେ ୪ ଟି ପର୍ଯ୍ୟାୟରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଉଠାଣ କରିଛନ୍ତି ଏବଂ ସେହି ଅର୍ଥ କୌଣସି ହିତାଧିକାରୀଙ୍କୁ ଦେଇ ନାହାନ୍ତି। ଏହି ଘଟଣା ବିଷୟରେ ଆଜି ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ ସମସ୍ତେ ଡାବୁଗାଁ ଥାନା କୁ ଆସିଥିଲେ।ଅନ୍ୟପଟେ ଅତିରକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ କହିଛନ୍ତି ଜିଲ୍ଲାପାଳଙ୍କୁ ଅବଗତ କଲାପରେ ତଦନ୍ତ କରାଯିବ ।