-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ପରିସରରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶନୀ ମିର୍ଦ୍ଧା ଅତିଥି ଭାବରେ ଯୋଗଦେଇ ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ । ପରେ ଏକ ଶପଥ ପାଠ କରାଯାଇ ବ୍ଲକ ପରିସରରେ ସଫେଇ କରାଯାଇଥିଲା। ଏହି ସ୍ୱଚ୍ଛତା ହିଁ କାର୍ଯ୍ୟକ୍ରମ ରେ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ, ବ୍ଳକ ସଂଯୋଜକ ଖେଳାନିଧି ପ୍ରଧାନ, ସଞ୍ଜୟ ବେହେରା, ଜଗଦିଶ ପ୍ରଧାନ,ସମ୍ବିତ ମହାକୁର, ଦିନ କୃଷ୍ଣ ଶଙ୍ଖୁଆ, ଗୋପାଳ ପାତ୍ର, ସୁମନ୍ତ ଦଳେଇ ଅନlନ୍ୟା କର୍ମଚାରୀ ମାନେ ସାମିଲ ହୋଇଥିଲେ।