-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2024
ସୋନପୁର - (ମନୋରଞ୍ଜନ ତ୍ରିପାଠୀ )
ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ସୋନପୁରର ଯୁବ ରଡ଼୍ କ୍ରସ୍ ତରଫରୁ ପ୍ରୋଗ୍ରାମ ଅଫିସର ପୂର୍ଣ୍ଣିମା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏବଂ ଅଧ୍ଯକ୍ଷା ରୀଚାରାଣୀ ପୂଜାରୀଙ୍କ ପୌରୋହିତାରେ Induction Training Programme ଅନୁଷ୍ଠିତ ହୋଇଅଛି ।ବୈଶ୍ୟ ମାନବର ସେବା ପାଇଁ ଯୁବ ରେଡ଼୍କ୍ରସ ଏକ ବିଶାଳ ସୁଯୋଗ ବୋଲି ମୁଖ୍ୟ ଅତିଥ୍ ଶ୍ରୀ ଉମାକାନ୍ତ ନାଗ, ଓ୍ବାଇ.ଆର୍.ଏସ୍. ଜିଲ୍ଲା ସମ୍ପାଦକ କହିଥୁବା ବେଳେ ଛାତ୍ରି କାଜଲ କୁଶଳ ରେଡ଼୍ କ୍ରସ୍ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ସୋବ କରିବାର ବଳିଷ୍ଠ ମାଧ୍ୟମ ବୋଲି ଦୃଢୋକ୍ତି ଦେଇଥିଲେ । ଛାତ୍ରୀ ଭକ୍ତିରାଣୀ ବଣିଆ ସେବା କେବଳ ଗୃହପାଳିତ ପଶୁ ତଥା ପକ୍ଷୀମାନଙ୍କର ମଧ୍ୟ କରାଯାଇପାରେ । ଅଧ୍ୟାପିକା ସଞ୍ଜୁ ସିଂ, କ୍ଷିରୋଦ୍ ମେହେର, ମିତା ବାରିକ ଓ ପ୍ରବାସିନୀ ରଥ ଉପସ୍ଥିତ ଥିଲେ ।ଏ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଛାତ୍ରୀ ନିକିତା ଦାଶ ଓ ଧନ୍ୟବାଦ ଅର୍ପଣ କରିଥିଲେ ମିସ୍ ଫ୍ରେସର ୨୦୨୪ ସ୍ନେହାରାଣୀ ଦାଶ । ଆବାହନୀ ସଙ୍ଗୀତ ଗା କରିଥିଲେ ଛାତ୍ରୀ ଜ୍ୟୋର୍ତିମୟୀ ସାହୁ (ମିସ୍ ଦିଭା) ଓ ଛାତ୍ରୀ ଦିବ୍ୟାଶ୍ରୀ ବେହେରା l