-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2024
ଲୋଇସିଂହା, (ବିନୋଦ ଦୀପ) ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ହେଉଥିବା ବେଳେ ଆଜି ଲୋଇସିଂହା ବ୍ଲକ 33 ନ. ଜୋନ ରେ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ କରାଗଲା l ଏହି ପଦଯାତ୍ରା ଝାରମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିର ପରିକ୍ରମା କରି ଏଥଲେଟିକ ଏସୋସିଏସନ ଝାରମୁଣ୍ଡା ରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଲା l ଆଜିର ଏହି ସଭା ରେ ବ୍ଲକ ସଭାପତି ହୃଦାନନ୍ଦ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୁବନେତା ବିଜୁ ଜନତା ଦଳ ଶ୍ରୀ ନିହାର ରଞ୍ଜନ ବେହେରା ଯୋଗ ଦେଇଥିବା ବେଳେ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଜୋତ୍ସ୍ନାମୟୀ ନାଗ, ଜିଲ୍ଲା ପରିଷଦ ପ୍ରତିନିଧି କୈଳାଶ ବରିହା, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଳ, ସରଗାଡ଼ ସରପଞ୍ଚ ସରୋଜ ବେହେରା, କେତୋଟି ପଂଚାୟତ ର ସମିତି ଥିଲେ l
ମୁଖ୍ୟବକ୍ତା ବର୍ତମାନ ର ସରକାର ଙ୍କ ବିଫଳତା ଉପରେ କହିବା ସହ ପୂର୍ବତନ ସରକାର ଙ୍କ ସଫଳ ଯୋଜନା ଉପରେ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବରିଷ୍ଠ ବିଜେଡି ନେତା ପ୍ରଦୀପ ସାହୁ, ରୋହିତ ସେଠ୍, ନେହେରୁ ବିଶ୍ୱାଳ l ଶେଷରେ ଏଥଲେଟିକ ଏସିସିଏସନ ର ସଭାପତି ମନୋଜ ଧରୁଆ ଧନ୍ୟବାଦ ଅର୍ପଣ କରି ସଭା ସାଂଗ କରିଥିଲେ l