-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2024
ଡୁଙ୍ଗୁରିପାଲି , ତା ୨/୧୦: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ରବି ଚନ୍ଦ୍ର ପଶାୟତ ଙ୍କ ସଭାପତିତ୍ବରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଦ୍ଵିତୀୟ ପ୍ରଧାନ ମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଉକ୍ତ ସଭାରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାର ଉଦ୍ଦେଶ୍ୟ ଜ୍ଞାପନ୍ କରିବା ସହ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଭାରତ ସ୍ଵାଧୀନତା ପାଇବାରେ ତାଙ୍କର ବଳିଦାନ ଅନନ୍ୟ ବୋଲି ପ୍ରକାଶ କରିଥିଲେ।ଶ୍ରେଣୀ ପ୍ରତିନିଧି ଭାବରେ ଦଶମ ଶ୍ରେଣୀର ଲିପ୍ସା ଯୁଆଡି ଓ ନବମ ଶ୍ରେଣୀର ଝରଣା ସାହୁ ଉଭୟ ମହାପୁରୁଷଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ଅର୍ଚ୍ଚିତା, ସୁଜିତ୍, ପୂଜା , ଜନନିକ। ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ କିରଣ କୁମାର୍ ପୁଟେଲ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଶେଷରେ ଜାତୀୟ ସ୍ବଚ୍ଛତା ଦିବସ ଅବସରରେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ପରିସର କୁ ସଫା ସୁତୁରା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବିଭୀଷଣ, ସ୍ନିଗ୍ଧା, ସମୀର ସୁରଜ୍ ପ୍ରଭୃତି ସହଯୋଗ କରିଥିଲେ।