-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ିପଦର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ସର୍ଭିସେସ କମ୍ପାନୀ ଲିମିଟେଡ଼ ର ତୃତୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକରେ ମହିଳା କୃଷକ ଉତ୍ପାଦ କମ୍ପାନୀର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ, ଉପସ୍ଥିତ ଅତିଥି ତଥା କମ୍ପାନୀର ସଦ୍ୟସା ମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା l ବର୍ତମାନ କମ୍ପାନୀ ଲୋଇସିଂହା ବ୍ଲକ ରେ 12 ଗୋଟି ପଂଚାୟତ ରେ କାର୍ଯ୍ୟ କରୁଅଛି ଏବଂ ଏବେ କମ୍ପାନୀରେ 1326 ରୁ ଉର୍ଧ ମହିଳା ଚାଷୀ ଅଂଶୀଦାର ଭାବେ ଜଡିତ ଅଛନ୍ତି ,ଏହି ସଂଖ୍ୟାକୁ ଆସନ୍ତା ବର୍ଷ 2025 ସୁଦ୍ଧା 1500 ମହିଳା ଚାଷୀ ଙ୍କୁ ଯୋଡ଼ିବାର ଯୋଜନା ରହିଅଛି.2023 ଖରିଫ ଋତୁ ରେ 2450 କୁଇଣ୍ଟାଲ ଧାନ ସଦସ୍ୟା ମାନଙ୍କ ଠାରୁ କିଣାଯାଇଅଛି l ପ୍ରଥମ ବର୍ଷ ରେ କମ୍ପାନୀ ଦ୍ୱାରା କେବଳ ଧାନବିହନ ବ୍ୟବସାୟ ଥିଲା, ବର୍ତ୍ତମାନ ଆହୁରି ଅନେକ ବ୍ୟବସାୟ ଯେମିତି ସ୍ପ୍ରେ ମେସିନ, ଅଖା ବସ୍ତା, ତାରପୋଲିନ, ପନିପରିବା ବିହନ ଇତ୍ୟାଦି ବ୍ୟବସାୟ କରାଯାଇ କମ୍ପାନୀକୁ ଏବଂ ଅଂଶୀଦାର ମାନଙ୍କୁ ଲାଭାନ୍ବିତ କରାଯିବାର ଯୋଜନା କରାଯାଇଅଛି .ଏତଦ ବ୍ୟତୀତ କମ୍ପାନୀର କର୍ମଚାରୀ,ନିର୍ଦେଶିକା, ଚାଷୀ ମାନଙ୍କ ବୌଦ୍ଧିକ ବିକାଶ ବୃଦ୍ଧି ନିମନ୍ତେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତାଲିମ କାର୍ଯ୍ୟ ଅନୁଷ୍ଠିତ ହୋଇଅଛି ଏବଂ ଆଗକୁ ମଧ୍ୟ ଅନେକ ଯୋଜନା କରିବାର ଅଛି.ଆଗାମୀ ବର୍ଷ ଯୋଜନା ବିଷୟରେ ସୂଚନା ଦେବା ସହିତ 2 କୋଟି ପାଖା ପାଖି ବଜେଟକୁ ଥିବାର ସୂଚନା ଦିଆ ଯାଇଥିଲା l ଅନ୍ତ୍ରରାଷ୍ଟୀୟ ଧାନ ଗବେଷଣା କେନ୍ଦ୍ର ସଂସ୍ଥା ର ଧାନ ସ୍ପେସିଆଲିଷ୍ଟ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତ କହି ଥିଲେ କି ଆପଣଙ୍କ ଚାଷୀ ଉତ୍ପାଦକ କମ୍ପାନୀ ଯେଉଁଭଳି ଭାବରେ ଅଳ୍ପ ସମୟରେ ଅନେକ ବ୍ୟବସାୟ ତଥା ଅଂଶୀଦାର ଭାବେ 1326 ରୁ ଉର୍ଧ ଲୋକଙ୍କୁ ଜଡିତ କରି ପାରିଛି ତାହା ବହୁତ ବଡ କଥା କାହିଁକିନା ଦୁଇ ବର୍ଷ ମଧ୍ୟରେ ଦେଡ କୋଟି ଟଙ୍କା ରୁ ଅଧିକ ବଜେଟ କରି ତାହାକୁ ସଠିକ ବିନିଯୋଗ କରି ଦେଖାଇବା ତାହା ନିଶ୍ଚିତ ଐତିହାସିକ l ଚାଷୀ ଉତ୍ପାଦ କମ୍ପାନୀର ଆଗକୁ ବଢିବାର ଯେଉଁ ସବୁ ମୂଳକଥା ରହିଅଛି ସେସବୁ ମଧ୍ୟରୁ ଅନ୍ୟତମ ଅଛି ସାଧୁତା ବା ସଚୋଟପନ ଯାହା ଆପଣଙ୍କ କମ୍ପାନୀର ସର୍ବୋତ୍ତମ ସ୍ତରରେ ଅଛି ବୋଲି କହିବା ସଙ୍ଗେ IRRI ତରଫରୁ ଆଗକୁ ମଧ୍ଯ ସାହାଯ୍ୟ ରହିବ ବୋଲି କହିଥିଲେ l ବ୍ଲକ୍ ପ୍ରୋଜେକ୍ଟ ମେନେଜର ଶ୍ରୀମତୀ ମଧୁସ୍ମିତା ବିଶ୍ଵାଳ କହିଥିଲେ କି ମହିଲା ମାନେ ଚାଷି ସଂଗଠନ ମାଧ୍ୟମରେ ଘରୁ ବାହାରି ସ୍ୱାବଲମ୍ବୀ ହେବା ସହିତ ପରିବାର ପରିପୋଷଣ ରେ ମୁଖ୍ୟ ଭୂମିକା ନେବେ ବୋଲି କହିଥିଲେ ଏବଂ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ନେବା ପାଇଁ ସଚେତନ କରିଥିଲେ l ଅତିରିକ୍ତ ଧାନ ପ୍ରମାଣି କରଣ ଅଧିକାରୀ ଶ୍ରୀଯୁକ୍ତ ସତ୍ୟନାରାୟଣ ଷଡ଼ଙ୍ଗୀ ଅଥିତି ହିସାବରେ ଉପସ୍ଥିତ ରହି ଉତ୍ତମ ଗୁଣ ମାନର ଧାନ ବ୍ଯବହାର କରିବା ପାଇଁ ସଚେତନ କରିଥିଲେ ଏହା ବ୍ୟତୀତ ତିନି ଜଣ ସର୍ବୋତ୍ତମ ମହିଳା ଚାଷୀଙ୍କୁ ପୁରସ୍କୃତ କରାଯିବା ସହିତ ସଦସ୍ୟା ମାନଙ୍କ ଅଭିଜ୍ଞତା ଜାଣିବା ପାଇଁ 10 ଟି ପ୍ରଶ୍ନ ପଚରା ଯିବାସହ ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା l