-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2024
ନବରଙ୍ଗପୁର:-ମିହିର ଶଙ୍କର ପାତ୍ର,
ପାପତାହାଣ୍ଡି ବ୍ଲକ ଖଜୁରୀ ଗ୍ରାମରେ ଗାଲୁଆ ବ୍ୟାପୁଛି | ଗତ ଆଠ ଦିନ ମଧ୍ୟରେ 20ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଛନ୍ତି । ଗ୍ରାମର ନାୟକ ସାହି ଓ ଚଲାଣ ସାହିରେ ବହୁତ ଜଣ ଆକ୍ରାନ୍ତି ହୋଇଛନ୍ତି । ପ୍ରାୟତଃ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସଚେତନତା ଅଭାବରୁ ଅଧିକ ଆକ୍ରାନ୍ତ ହେଉଛନ୍ତି | ଜଳ ବାୟୁ
ପରିବର୍ତ୍ତନ ଯୋଗୁଁ ଏହା ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି । ଲୋକ ମାନେ ଆକ୍ରାନ୍ତଙ୍କୁ ଦେଶୀ ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି | ଶୀଘ୍ର ପ୍ରଶାସନ ତରଫରୁ ଗ୍ରାମରେ ମେଡିକାଲ ଟିମ ପଠାଇ ଚିକିତ୍ସା କରାଇବା ଲାଗି ଗ୍ରାମବାସୀ ଦାବି କରିଛନ୍ତି ।ଏଭଳି ଜିଲ୍ଲାର ଗାଁ ଗହଳିରେ ମଧ୍ୟ ଛୋଟ ଛୋଟ ଛୁଆ ମାନେ ଗାଲୁଆରେ ଆକ୍ରାନ୍ତ ହେଉଥୁବା ଜଣା ପଡୁଛୁ।