-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2024
ଜିଲ୍ଲାପାଳ ବଲାଙ୍ଗୀର ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ମିଲିତ ଓଡିଶା ନିଶାନିବାରଣ ଅଭିଯାନ ( ମୋନା) ତରଫରୁ ନିଶାମୁକ୍ତ ଅଭିଯାନ ର ଏକ ମାନବ ଶୃଙ୍ଖଳ, କରାଯାଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା କମିଟି ର ଆବାହକ ପୁର୍ଣ୍ଣଚନ୍ଦ୍ର ବିଶ୍ବାଳ ଓ ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିରଙ୍କ ଆବାହକତ୍ଵbରେ ଆରମ୍ଭ ହୋଇଥିଲା। ଏଥିରେ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।୧-ଗ୍ରମ ପଞ୍ଚାୟତ ଓ ବ୍ଳକ
ସ୍ତରରୁ ନିଶାମୁକ୍ତ ସଂଗଠନ କରାଯାଇ ମଦମୁକ୍ତି ଓଡ଼ିଶା ଲାଗି ସ୍ଥାନୀୟ ସ୍ତରରୁ ଦାବିପତ୍ର ପ୍ରଦାନ କରାଯିବ। ୨-ଚୋରାମଦ ଓ ମଦ ଖୁଚିଆ ବନ୍ଦ୍ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ।୩- ବିଦ୍ୟାଳୟ ଓ ଗାଁ ର ବଜାର ଠାରୁ ଅତିକମ ରେ ଅଧ କିଲୋମିଟର ଦୂରକୁ ମଦଭାଟି ଓ ବିଦେଶୀ ମଦ ଦୋକାନ ସ୍ଥାନାନ୍ତରିତ କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ଦିଆଗଲା। ଏହି କାର୍ଯ୍ୟକ୍ରମ ରେ ପ୍ରଭାତ କୁମାର ମିଶ୍ର,ଡ.ବିପିନ କୁସୁଲିଆ,ଦ୍ଵିଜ ଦଲପତି (ଆଦିବାସୀ ଅଧିକାର ମଞ୍ଚ,) ରାଜେନ୍ଦ୍ର ସୁନା,,ଜୟକୁମାରୀବାଗ ତଥା ଶତାଧିକ ମହିଳା ଓ ପୁରୁଷ ସାମିଲ ଥିଲେ।