-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ବରଗଡ଼ (ପ୍ରେରଣା ଖବର): ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଅଞ୍ଚଳରୁ ଜଣେ ନାବାଳିକାଙ୍କର ମୃତଦେହ ଉଦ୍ଧାର ହୋଇଥିବାର ଖବର ମିଳିଛି। ପାଇକମାଲ ଥାନା ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ୮ ବର୍ଷର ନାବାଳିକାଙ୍କର ମୃତ ଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳିକା ସେହି ଗ୍ରାମର ରାଜେନ୍ଦ୍ର ପାଣ୍ଡେଙ୍କ ଝିଅ କୌଶଲ୍ୟା ପାଣ୍ଡେ।
କୌଶଲ୍ୟା ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ନେଇ ତାଙ୍କ ବାପା ରାଜେନ୍ଦ୍ର ପାଣ୍ଡେ ପାଇକମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଖୋଜଖୋଜି ଜାରି ରଖିଥିଲା। ଆଜି ସକାଳୁ ନାବାଳିକା କୌଶଲ୍ୟାଙ୍କର ମୃତ ଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ମିଳିଥିଲା। ଦୁଷ୍କର୍ମ ଏବଂ ହତ୍ୟା ସନ୍ଦେହରେ ତଦନ୍ତ ଜାରି ରଖିଥିବା ନେଇ ପାଇକମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।