-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
01-Oct-2024
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ ଥିବା ଐତିହାସିକ ପର୍ଯ୍ୟଟନ ପୀଠ ଯଉଗଡ଼ ଏବେ ଅବହେଳିତ | ସମ୍ରାଟ ଅଶୋକଙ୍କ ଏଗାର ଗୋଟି ଅନୁଶାସନ ଏଠାରେ ଏକ ପଥରରେ ପାର୍ଲି ଭାଷାରେ ଲେଖା ହୋଈ ଥିଲା ବେଳେ ବର୍ତମାନ ତାହା ରକ୍ଷଣା, ବେକ୍ଷଣ ର ଅଭାବରୁ ହଜି ଯିବାକୁ ବସିଛି |
ସାମଗ୍ରୀକ, ପାରିପାର୍ଶ୍ଵକ ଏବଂ ବୌଦ୍ଧିକ ଭିତ୍ତିଭୂମିର ବିକାଶ ନିମନ୍ତେ ଭଚିତ ପଦକ୍ଷେପ ଗ୍ରହଣ ନିମନ୍ତେ ସ୍ଥାନୀୟ ନେତା, ଗ୍ରାମବାସୀ, ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ଦାବି ରହିଛି | ଖ୍ରୀଷ୍ଟପୂର୍ବ ୨୬୧ରେ ଇତିହାସ ବର୍ଣ୍ଣିତ କଳିଙ୍ଗ ଯୁଦ୍ଧ ଏବଂ ପରବର୍ତ୍ତୀ ସମୟରେ ସମ୍ରାଟ ଅଶୋକଙ୍କ ଶାସନ ପ୍ରାଣାଳୀର ସ୍ମୃତି ବହନ କରୁଥିବା ପ୍ରସିଦ୍ଧ ଐତିହାସିକ ଶିଳାଲେଖ ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ
ପାଣ୍ଡିଆ ଗ୍ରାମରେ ଅବସ୍ଥିତ ଅଛି । କଳିଙ୍ଗ ଯୁଦ୍ଧ ପରିପ୍ରେକ୍ଷୀରେ ଇତିହାସର ଗବେଷକଏବଂବ୍ୟାକ୍ଷାକାର ମାନେ "ଜଉଗଡ଼" କୁ ଏକ ପ୍ରମୁଖ ଐତିହ ସ୍ଥଳୀ ଭାବେ ବର୍ଣ୍ଣନା କରିଛନ୍ତି ।ତତ୍କାଳୀନ ପାଲି ପ୍ରାକୃତି ଭାଷା ଏବଂ ବ୍ରାହ୍ମୀ ଲିପିରେ ଖୋଦିତ ହୋଇଥିବା ସମ୍ରାଟ ଅଶୋକଙ୍କ ଏହି ଅନୁଶାସନର ଉପଯୁକ୍ତ ରକ୍ଷଣାବେକ୍ଷଣ ସହ ଏହାର ଐତିହ, ବୌଦ୍ଧିକ ଏବଂ ଆନୁଷଙ୍ଗିକ ବିକାଶ ସହ ଏହାକୁ ଏକ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ଆବଶ୍ୟକ l ଭିଭିଭୂମି, ଆଲୋକ, ପାନୀୟ, ଜଳ, ପରିମଳ, ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ଉଦ୍ୟାନ ସହ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ସହ ବୁଦ୍ଧୀଜିବୀମାନେ ଦାବୀ କରିଆସୁଛନ୍ତି ।
ଏଣୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,
ପର୍ଯ୍ୟଟନ ମନ୍ତ୍ରୀ, ପର୍ଯ୍ୟଟନ ସଚିବ ଓ ପୁରୁଷୋତ୍ତମପୁର ବିଡ଼ିଓ ମନୋଜ କୁମାର ନାୟକଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ସମସ୍ତେ ଅନୁରୋଧ କରୁଛନ୍ତି କି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଐତିହକୁ ଭଲ ପାଉଥିବା ଏବଂ ସମ୍ମାନ ଜଣାଉଥିବା ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମିଳିତ ସହଯୋଗରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କଲେ ଏହା ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିପାରିବ । ତେଣୁ ଏହିଐତିହାସିକ ପର୍ଯ୍ୟଟନ ସ୍ଥଳ ର ବିକାଶ ଉପରେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ୨ ମନ୍ତ୍ରୀ ପାରିବହନ ଓ ଖଣି ବିଭୁତି ଭୂଷଣ ଜେନା ଓ ମଛ୍ୟା, ପଶୁସାମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ ଏହା ଉପରେ ଟିକେ ଧ୍ୟାନ ଦେଈ କାର୍ଯ୍ୟ କଲେ ଗଞ୍ଜାମ ତଥା ରାଜ୍ୟର ୧୩ ଗୋଟି ଅନୁଶାସନ ବହନ କରୁଥିବା ଏହି ଐତିହାସିକ ପୀଠର ବହୁବିଧ ଉର୍ନ୍ନତି ସହ ଦେଶ, ବିଦେଶ ର ବହୁ ପର୍ଯ୍ୟଟକ ଆସି ଏହାର ମହାତ୍ମା ଉପରେ ଜାଣିବା ସହ ସମ୍ରାଟ ଅଶୋକଙ୍କ ବିଷୟରେ ବହୁତ କିଛି ତଥ୍ୟ ଉପରେ ବୁଝି ପାରିବେ |
(ପୁରୁଷୋତ୍ତମପୁରରୁ ଶୁଭଙ୍କର ଦାଶଙ୍କ ରିପୋର୍ଟ)