-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
01-Oct-2024
ଝାରସୁଗୁଡ଼ା:(ନିରଞ୍ଜନ ତ୍ରିପାଠୀ)- ଝାରସୁଗୁଡାର ପୂର୍ବତନ ବିଧାୟିକା ଦିପାଳୀ ଦାସଙ୍କୁ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ମିଳିଛି।ଦିପାଳୀ ଦାସ ତାଙ୍କର କିଛି ସମର୍ଥକଙ୍କୁ ନେଇ କୋଲ ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ସେପ୍ଟେମ୍ୱର ୨୧ରେ ଝାରସୁଗୁଡାର ତେଲକୋଲେଇ ଥାନା ଅଞ୍ଚଳରେ ସ୍ଥାନୀୟ ବିସ୍ତାରିତଙ୍କ ସମସ୍ୟା ପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହି ସମୟରେ ପୋଲିସ ସହ ବିକ୍ଷୋଭକାରୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଓ ଧମକ ଦେବା ଅଭିଯୋଗରେ ପୋଲିସ ପକ୍ଷରୁ ଦିପାଳୀ ଦାସ ଓ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ଦାୟର ହୋଇଥିଲା। କିନ୍ତୁ ଉଚ୍ଚ ନ୍ୟାୟାଳୟ ୩୦ ସେପ୍ଟେମ୍ୱରରେ ଦିପାଳୀ ଦାସଙ୍କୁ ଜାମିନ ଦେଇଥିଲେ ଓ ସମାନ ପ୍ରକାର ଅପରାଧରେ ସାମିଲ ନହେବାକୁ ସର୍ତ୍ତ ରଖିବା ସହ ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇ ଦିପାଳୀ ଜାମିନରେ ଯାଇ ପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଟୁକୁନା କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ। ଆଇନଜୀବୀ ସତ୍ୟବ୍ରତ ପଣ୍ଡା ଏବଂ ସରସ୍ଵତୀ ସେନାପତି ଶ୍ରୀ ମିଶ୍ରଙ୍କୁ ସହାୟତା କରିଥିଲେ।