-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
କଟକ, (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)-ସାଲେପୁର:ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ଘଟଣାରେ ଆଜି ଦିନ ୩ ଟା ସମୟରେ ସାଲେପୁର ବିଜେପି ପକ୍ଷରୁ ମା ସାହେଶ୍ୱରି ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ଆସି ସାଲେପୁର ବଜାର ପରିକ୍ରମା କରି ମୁଖ୍ୟ ବଜାର ରେ ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏଥିସହ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଇସ୍ତାଫା ଦାବି କରିଛି ବିଜେପି । କୂଳମଣୀଙ୍କ ଜୀବନ ପ୍ରତି ବିପଦ ଥିବା ପୋଲିସ ପୂର୍ବରୁ ଜାଣିଥିଲା ସେ ମଧ୍ୟ ପୋଲିସ କୁ ସୁରକ୍ଷା ମାଗିଥିଲେ କିନ୍ତୁ ପୋଲିସ ସୁରକ୍ଷା ଦେଇ ପାରିଲାନାହିଁ । ଯେଉଁ ମାନେ ପିର୍ବରୁ ବିଜେପି କର୍ମୀ ବିକାଶ ଜେନା ଙ୍କ ହତ୍ୟା ରେ ଥିଲେ ସେମାନେ ଏହି ହତ୍ୟାକାଣ୍ଡ ରେ ସାମିଲ ଅଛନ୍ତି । ତିନି ତିନିଟି ମୁଣ୍ଡ ଗଡ଼ିଲା ପରେ ପୋଲିସ ମନ୍ତ୍ରୀ ଙ୍କ ଇଙ୍ଗିତରେ ନିରାବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛି ବିଜେପି ।