-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
କଣ୍ଟାମାଳ(ଜୟ କୁମାରମହାରଣା): ଅକ୍ଟୋବର ୨ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ମାସ ବ୍ୟାପି ହେବାକୁଥିବା ବିଜେଡିର ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ କଣ୍ଟାମାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରସ୍ତୁତି ବୈଠକରେ ବିଜୁଜନତା ଦଳ ଜିଲ୍ଲା ସଭାପତି ତଥା ପୂର୍ବତନ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଏବଂ କଣ୍ଟାମାଳ ବ୍ଲକ ବିଜେଡି ସଭାପତି ପ୍ରେମରାଜ ରଣା ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ମାସ ବ୍ୟାପି ହେବାକୁଥିବା ପଦଯାତ୍ରା ର ଆୟୋଜନ କୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା l ଏହି ଅବସରରେ ଗତ ବିଧାନସଭା ନିର୍ବାଚନ ରେ ବିଜେଡିର ପରାଜୟ ର କାରଣ ସମ୍ପର୍କରେ କର୍ମୀ ମାନଙ୍କ ମତାମତ ନିଆଯିବା ସହ ବିଭିନ୍ନ ଦିଗ ପ୍ରତି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ଅଗାମିଦିନରେ କର୍ମୀ ମାନଙ୍କ ମଧ୍ୟରେ ଥିବା ମନାନ୍ତର ଓ ମତାନ୍ତର କୁ ଭୁଲି ସମସ୍ତେ ଏକଜୁଟ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶକୁ ପାଥେୟକରି ସଂଗଠିତ ଭାବେ ବିଜେପି କୁ ବିରୋଧ କରିବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ରଣା କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଧାବଲ୍ଲଭ ପ୍ରଧାନ, ଯୁବ ବିଜେଡି ସଭାପତି ଶମ୍ଭୁ ପ୍ରସାଦ ସାହୁ, ସାଧାରଣ ସମ୍ପାଦକ ପ୍ରଶାନ୍ତ ରଣା, ପ୍ରମୋଦ କୁମାର ରଣା ସମେତ ବହୁ ବିଜେଡି ନେତା ଓ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ l