-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଜନତା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଆଦର୍ଶ ଶିକ୍ଷକ ୰ଦେବେନ୍ଦ୍ର ନାଥ ପଧାନଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ସର୍ବ ପ୍ରଥମେ ଗୁରୁଙ୍କର ଫଟୋଚିତ୍ର ରେ ମାଲ୍ୟାର୍ପଣ ଦୀପ ପ୍ରଜ୍ଜ୍ବଳନ ପୂର୍ବକ ଜୟନ୍ତୀ ସମାରୋହ ଶୁଭାରମ୍ଭ ହୋଇଥିଲା।ଉକ୍ତ ସମାରୋହରେ ଅବସରପ୍ରାପ୍ତ ରାଜ୍ୟ ପୁରଷ୍କୃତ ଶିକ୍ଷକ ଶ୍ରଯୁକ୍ତ ଦାମ୍ବୋଦର ପଟେଲ ସଭାପତିତ୍ୱରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ଶ୍ରୀ ବୈଷ୍ଣବ ଭୋଇ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଧାନ,ଯୋଗେଶ ଚନ୍ଦ୍ର ପଧାନ(ଅବସରପ୍ରାପ୍ତ ଶିକ୍ଷକ ),ଶ୍ରଯୁକ୍ତ ବୌଦ୍ଧରାମ ସାହୁ(ପୂର୍ବତନ ସରପଞ୍ଚ ),ଶ୍ରୀ ଠାକୁରରାମ ପଧାନ,ଶ୍ରୀ ରାଜକୁମାର ପଧାନ,ଶ୍ରୀ କୃଷ୍ଣଚନ୍ଦ୍ର ବାରିକ,ଶ୍ରୀ ଅଶୋକ ମହାପାତ୍ର,ଶ୍ରୀ କିଶୋର ବାରିକ,ଶ୍ରୀ ଯାଦବ ପଧାନ,ଶ୍ରୀ ଦେବାର୍ଚ୍ଚନ ନାଏକ ପ୍ରମୁଖ ଯୋଗଦାନ କରିଥିଲେ।ଜନତା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଆଦର୍ଶ ଶିକ୍ଷକ ୰ଦେବେନ୍ଦ୍ର ନାଥ ପଧାନଙ୍କ ଉଚ୍ଚକୋଟିର ଶିକ୍ଷାଦାନ,ଆଦର୍ଶ ଗୁଣାବଳୀ,ସରଳ ନିରାଡମ୍ବର ଜୀବନ ଶୈଳୀ ଉପରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ବର୍ଣ୍ଣନା କରି ବକ୍ତବ୍ୟ ଉପସ୍ଥାପନା କରିଥିଲେ। ଗୁରୁଙ୍କର ଆଦର୍ଶ ଗୁଣାବଳୀରୁ ଅନ୍ତତଃ କିଛି ମାତ୍ରାରେ ଆମେମାନେ ପାଳନ କରି ପାରିଲେ ଜୟନ୍ତୀ ପାଳନର ଏକ ଉତ୍କୃଷ୍ଟ ଉଦାହରଣ ହୋଇ ପାରିବ ବୋଲି ସଭାପତି ଶ୍ରୀ ପଟେଲ ନିଜର ଅଭିଭାଷଣରେ ଉପସ୍ଥିତ ସମସ୍ତଙ୍କୁ କହିଥିଲେ। ଦ୍ବାରୀ ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ ଶ୍ରୀଯୁକ୍ତ ଜ୍ଞାନରଂଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।