-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ବଲାଙ୍ଗିର ୨୯/୦୯( ପ୍ରେରଣା ଖବର ) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବିଶ୍ଵ ହୃଦୟ ଦିବସ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫାଏଡ଼ର ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । ହୃଦରୋଗର ଅନେକ କାରଣ ଅଛି, ଯଥା ବିଳାସପୂର୍ଣ୍ଣ-ଆଧୁନିକ ଜୀବନଶୈଳୀ, ଜନ୍ମଗତ, ଔଷଧ ଜନିତ (ମଧୁମେହ, ଅଣ ଷ୍ଟେରଏଡାଲ୍ ଆଣ୍ଟି-ଇନ୍ଫ୍ଲାମେଟୋରୀ ଐଷଧ ଏବଂ ଉଚ୍ଚ ରକ୍ତଚାପ ପାଇଁ କେତେକ ଔଷଧ ହୃଦଘାତର ଆଶଙ୍କା ବଢାଇପାରେ); ଅନ୍ୟାନ୍ୟ ରୋଗ ଯେପରିକି ଲୁପସ୍ କିମ୍ବା ରିମାଟଏଡ୍ ଆର୍ଥ୍ରାଇଟିସ୍ ହୃଦଘାତର ଆଶଙ୍କା ବଢାଇପାରେ, ବୟସ ବଢ଼ିବା ସହିତ ହୃଦ୍ ରୋଗ ହେବାର ଆଶଙ୍କା ବଢି ଥାଏ, ଏବଂ ଏହା ୫୦ରୁ ଅଧିକ ବୟସ୍କ ଲୋକଙ୍କଠାରେ ଅଧିକ ଦେଖାଯାଏ, ଲିଙ୍ଗ ଭେଦ । ଅଧିକ ଫଳ ଏବଂ ପନିପରିବା ଖାଇବା, ଖାଦ୍ୟରେ ଲୁଣ କମାଇବା, ନିୟମିତ ଶାରୀରିକ ପରିଶ୍ରମ ବା ବ୍ୟାୟାମ କରିବା, ମଦ୍ୟପାନକୁ ଏଡାଇବା, ଏକ ସୁସ୍ଥ ଓଜନ ବଜାୟ ରଖିବା, ଏବଂ ଚାପ ମୁକ୍ତ ରହିବା ଦ୍ୱାରା ହୃଦଘାତର ଆଶଙ୍କା ହ୍ରାସ କରାଯାଇପାରିବ ବୋଲି ବିଜ୍ଞାନ ଶିକ୍ଷକ ଚାଣ୍ଡାଳ ମିଶ୍ର ତଥା ଅନ୍ୟ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର, ଦୀପକ ସେନ ଧରୁଆ, ଶିକ୍ଷୟୀତ୍ରୀ ଗାୟତ୍ରୀ ବାରିକ ମତବ୍ୟକ୍ତ କରିଥିଲେ । ପରେ ଫାଏଡ଼ର ରାମ ନାରାୟଣ ଦାଶ ହୃଦଘାତ ଆହତ ବ୍ୟକ୍ତିକୁ କିପରି ଓ କେଉଁ ଭାବରେ ସିପିଆର ଦେବା କଥା ଡେମଷ୍ଟେସନ ମଧ୍ୟରେ ଛାତ୍ରଛାତ୍ରୀ , ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅବଗତ କରିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ସମୀର ସେଠି, ଦୀପକ ସେନ ଧରୁଆ, ହିମାଂଶୁ ଶେଖର ବିଶ୍ୱାଳ, ଶିକ୍ଷୟୀତ୍ରୀ ରେଣୁକା ସାହୁ ,ଶିବାନୀ ମଲ୍ଲିକ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ , ଜୁନିୟର ଆସିଷ୍ଟେଣ୍ଟ ଅବିନାଶ ଭୋଇ, ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶେଷରେ ଶିକ୍ଷୟୀତ୍ରୀ ତପସ୍ୱିନୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।