-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ରାୟଗଡା(ସୁପ୍ରିୟା ଷଡଙ୍ଗୀ): ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ବୈଠକ ସମ୍ମିଳନୀ ହୋଇଥିଲା l ଉକ୍ତ ବୈଠକରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଅବସରପ୍ରାପ୍ତ ଶିକ୍ଷକ ଗଣ ଉପସ୍ଥିତ ରହି ସଂଘର ବିଭିନ୍ନ ସମସ୍ୟାକୁ ଭିତ୍ତି କରି ସଂଘରେ ଉପସ୍ଥାପନା ରଖିଥିଲେ l ଆଜି ସଂଘରେ ସୂର୍ଯ୍ୟନାରାୟଣ ପାଲକା ଅବସରପ୍ରାପ୍ତ ଶିକ୍ଷକ ଉପସ୍ଥାପନା ରଖି କହିଲେ କିଛି ଦିନ ତଳେ ଖମାପଦର ଆଦର୍ଶ ପଞ୍ଚାୟତ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଙ୍କଜ ନାୟକ ଗୋଟିଏ ଅବସର ପ୍ରାପ୍ତ ସୂର୍ଯ୍ୟ ନାରାୟଣ ପାଲକା ଶିକ୍ଷକଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ଅବସର ପ୍ରାପ୍ତ ଶିକ୍ଷକ ସଙ୍ଘ ତିବ୍ର ନିନ୍ଦା କରୁଛନ୍ତି ଏପରିକି ଜଣେ ଶିକ୍ଷା ବିଭାଗରେ ରହି ଅବସରପ୍ରାପ୍ତ ଶିକ୍ଷକଙ୍କୁ ଯେଉଁ ଭଳି ଆଚରଣ ଉଲ୍ଲଘନ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଆଗାମି ଦିନରେ ଖମାପଦର ଆଦର୍ଶ ପଞ୍ଚାୟତର ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀପଙ୍କଜ ନାୟକ ଯେଉଁଭଳି ଅହଙ୍କାର ରଖି ଅସମ୍ମାନିତ କରିଥିବା ହେତୁ ଅବସର ପ୍ରାପ୍ତ ଶିକ୍ଷକ ସଙ୍ଗ ଦୃଢ ନିନ୍ଦା କରା ଯାଉଛି ଉକ୍ତ ବୈଠକରେ ସଂଘର ସମସ୍ତ ସଭ୍ୟ ସଂଘର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଦାସ ଏବଂ ସମ୍ପାଦକ ଶ୍ରୀ ରମେଶ ପଣ୍ଡା ସମସ୍ତଙ୍କର ସହଯୋଗରେ ଆଜିର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା