-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ପବିତ୍ର ଦଶହରା ଓ ଦୁର୍ଗାପୂଜା ଉପଲକ୍ଷେ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର - ମନମୁଣ୍ଡl ପକ୍ଷରୁ ସୋନପୁର ର ମା ମାଣିକେଶ୍ଵରୀ ମନ୍ଦିରରେ ପଲିଥିନ ମୁକ୍ତ ଅଭିଯାନ ଓ ସଫେଇ ଅଭିଯାନ ଅନୁଷ୍ଟିତ ହୋଇଯାଇଛି l ଅନୁଷ୍ଠାନ ର ବରିଷ୍ଠ ସଭ୍ୟ କୃଷ୍ଣ ଚନ୍ଦ୍ର ବିଶି ଙ୍କ ତତ୍ତ୍ଵl ବଧାନ ରେ ଓ ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଆଜିର ଏହି କାର୍ଯକ୍ରମ ରେ ସଂଗଠନ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l ଆଜି ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଦୂରଦର୍ଶନ ଟିଭି ଜିଲ୍ଲା ପ୍ରତିନିଧି ବେଣୁଧର ପ୍ରଧାନ ଯୋଗ ଦେଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ଆସନ୍ତା କାଲି ସୋମବାର ସକାଳ ୭ ଟା ରେ ସୋନପୁର ନୂଆଁ ମେଡିକାଲ୍ କ୍ୟାମ୍ପସ ରେ , ମଙ୍ଗଳାବର ସକାଳେ ମା ସୁରେଶ୍ଵରୀ ଙ୍କ ପୀଠରେ ଓ ବାକି ଦିନ ମାନଙ୍କ ରେ ସୋନପୁର ଓ ମନମୁଣ୍ଡl ସହର ର ବିଭିନ୍ନ ଦେବୀ ପୀଠ ରେ ସାମୁହିକ ସଫେଇ ଶିବିର ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ସାୟଦ ଅଲିମୂଲ୍ ଇସଲାମ ଓ କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ପ୍ରକାଶ କରିଛନ୍ତି l