-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
ବଲାଙ୍ଗୀର(ଦେବାଶିଷ ବହିଦାର): ସ୍ଥାନୀୟ ପି.ପି ଏକାଡେମି ସଭାଗୃହ ରେ କୋସଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ (ଟ୍ରଷ୍ଟ୍)ର ଲୋଗୋ ଅନାବରଣ ଅବସରରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ଆତ୍ମଜୀବନୀ 'ଖଇର ପଲ୍ଲୀରୁ ନୂଆଁଦିଲ୍ଲୀ' ଉନ୍ମୋଚିତ ହୋଇ ଯାଇଅଛି। ଡ.ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ବରେ କ୍ୟାବିନେଟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ
ଲୋଗୋ ଓ ଆତ୍ମଜୀବନୀ ଉନ୍ମୋଚନ କରିଥିଲେ l ବିରେନ୍ଦ୍ର କୁମାର ବନଛୋର ସଭା ପରିଚାଳନା କରିଥିଲେ l ଟ୍ରଷ୍ଟର ସଂପାଦକ ମଧୁସୂଦନ ଦାସ ବିବରଣୀ ପାଠ କରିଥିଲେ l ଗୋରେଖନାଥ ସାହୁ ମୁଖ୍ୟ ବକ୍ତା, ମୁଖ୍ୟ ଟ୍ରଷ୍ଟି ନରସିଂହ ପ୍ରସାଦ ଗୁରୁ ସମ୍ମାନିତଅତିଥି ଭାବରେ ମଞ୍ଚାସୀନ ଥିଲେ l କବି ରାସେଶ୍ୱରୀ ମିଶ୍ରଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର୍ ମଧୁସୂଦନ ପତି, ଡ.ଗୋପବନ୍ଧୁ ରଥ, ଡ.ଘାସିରାମ ମିଶ୍ର
ଉପସ୍ଥିତ ଥିଲେ ଟ୍ରଷ୍ଟ ସଦସ୍ୟ କିଶୋର କୁମାର ପୁରୋହିତ, ଆଶୁତୋଷ ମିଶ୍ର, ଶରତ କୁମାର ହୋତା, ଜ୍ୟୋତି ପ୍ରକାଶ ଗୁରୁ, ରଘୁନାଥ ବାବୁ, ସୂର୍ଯ୍ୟକାନ୍ତ ବାଗ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ l ଆରମ୍ଭରୁ ଅତିଥି ମାନଙ୍କ ଦ୍ବାରା ଦେବୀ ପୂଜା ସମୟରେ କବି ସୁଶାନ୍ତ ବାଗ ମଙ୍ଗଳ ମାଳେଶ୍ବରୀ ଗାନ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l