-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ଯାଙ୍କ ଲିଃ ବରଗଡ଼ର ଛପନ ତମ ବାର୍ଷିକ ସାଧରଣ ସଭା ସ୍ଥାନୀୟ ସ୍ଵୟଂସିଦ୍ଧା ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ବ୍ଯାଙ୍କର ପରିଚାଳନା ପରିଷଦର ସଭାପତି ନରେନ୍ଦ୍ର ପଧାନ ସଭାପତିତ୍ବ କରିଥିଲେ । ବ୍ଯାଙ୍କର ପରିଚାଳନା ପରିଷଦର ସଦସ୍ଯ ସଦସ୍ଯ ସଦସ୍ଯା ମାନେ, ଅଂଶିଦାର ସଭ୍ଯ, ସମିତିର ପ୍ରତିନିଧି ବୃନ୍ଦ, ଏ.ଏ.ଜି.ସି.ଏସ ବରଗଡ଼ର ପ୍ରତିନିଧି ବସନ୍ତ ମଲ୍ଲିକ, ଡି ଆର ସି ଏସ୍ ବରଗଡ଼ର ପ୍ରତିନିଧି ବାଦଲ କୁମାର ସାହାଣୀ, ନିରଞ୍ଜନ ସେଠ୍, ଏ ଆର ସି ଏସ୍ ବରଗଡ଼, ସି ଡି ଏ ଓ ବରଗଡ଼ଙ୍କ ପ୍ରତିନିଧି ଡ.ଅଞ୍ଜନ କୁମାର ନାଏକ,କେ ଏ ସି ସି ଏମ୍ ର ଅଧ୍ୟକ୍ଷ ଧର୍ମେନ୍ଦ୍ର କୁମାର ସାବତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାପତି ତାଙ୍କ ଅଭିଭାଷଣରେ ବ୍ଯାଙ୍କର ୨୦୨୩-୨୪ ବର୍ଷରେ ବ୍ଯାଙ୍କ କଣ ସବୁ ଲକ୍ଷ୍ଯ ଧାର୍ଯ୍ଯ ହାସଲ କରି ପାରିଛି ସେ ଗୁଡ଼ିକ ସହିତ ବ୍ଯାଙ୍କର ସାମ୍ପ୍ରତିକ ସ୍ଥିତି ଓ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ । ବ୍ଯାଙ୍କର ମୁଖ୍ଯ କାର୍ଯ୍ଯ ନିର୍ବାହୀ ଅଧିକାରୀ ଭକ୍ତେଶ୍ବର ମଲ୍ଲିକ ୨୦୨୩-୨୪ ବର୍ଷର ବିବରଣୀ ପଠନ ସହିତ ୨୦୨୪-୨୫ ବର୍ଷ ପାଇଁ ବ୍ଯାଙ୍କର ପ୍ରସ୍ଥାବିତ କାର୍ଯ୍ୟ ଗୁଡିକୁ ଉପସ୍ଥାପନ କରିଥିଲେ । ଏତଦ ବ୍ୟତିତ ସମିତି ଓ ବ୍ଯାଙ୍କର ବିଭିନ୍ନ ଅସୁବିଧା ଓ ସମସ୍ୟା ଉପରେ ସବିଶେଷ ଆଲୋଚନା କରିଥିଲେ । ସଭା ଶେଷରେ ବ୍ଯାଙ୍କର ପରିଚାଳନା ପରିଷଦର ସଦସ୍ଯ ଉମାକାନ୍ତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।