-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
ହରଭଙ୍ଗା(ଦେବବ୍ରତ ଦାସ): ସମ୍ବଲପୁର ସିଟି ଜି ଏସ୍ ଟି ପକ୍ଷରୁ ଚଢ଼ାଉ । ବୌଦ୍ଧ ଥାନା ୫୭ନମ୍ବର ଜାତୀୟ ରାଜପଥ ହରେକୃଷ୍ଣପୁର ଛକ ନିକଟରୁ ବେଆଇନ ସ୍କାରପ ବୋଝେଇ ଟ୍ରକ ଜବତ । ଟ୍ରକ ଟି ସ୍କାରପ ନେଇ ଶଙ୍କରାଖୋଲରୁ ଛତିଶଗଡର ରାୟପୁର ଯାଉଥିଲା । ଟ୍ରକ ଟିର ପରମିଟ ଓ ସ୍କାରପ ର ଜି ଏସ୍ ଟି ବିଲ ନଥିବାରୁ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା । ଦୀର୍ଘ ୧୨ ଘଣ୍ଟା ହେଲା ରାସ୍ତାରେ ଠିଆ ହୋଇଛି ଟ୍ରକ । ଜି ଏସ୍ ଟି ବିଭାଗର ତଦନ୍ତ ଜାରି । ସୂଚନାମୁତାବକ କନ୍ଧମାଳଜିଲ୍ଲା ଶଙ୍କରାଖୋଲ ଅଞ୍ଚଳରୁ ଏକ ସ୍କାରପ ବିଝେଇ ଟ୍ରକ ଛତିଶଗଡର ରାୟପୁର ଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ସମ୍ବଲପୁର ସିଟି ଜି ଏସ୍ ଟି ବିଭାଗର ଟିମ ଟ୍ରକ ଟିକୁ ବୌଦ୍ଧ ଥାନା ୫୭ନମ୍ବର ଜାତୀୟ ରାଜପଥ ହରେକୃଷ୍ଣପୁର ଛକ ନିକଟରେ ଅଟକାଇ ତଦନ୍ତ କରିଥିଲା । ତଦନ୍ତ ରେ ଟ୍ରକ ଟିର ଅନ୍ତରାଜ୍ୟ ପ୍ରମିଟ ନଥିବା ବେଳେ ଗାଡିରେ ଯାଉଥିବା ସ୍କାରପ ର କୌଣସି ଜି ଏସ୍ ଟି ବିଲ ମଧ୍ୟ ମାଲିକ ଦେଖାଇ ପାରିନଥିଲେ । ତେଣୁ ବିଭାଗ ଟ୍ରକକୁ ଜବତ କରିବା ସହ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ଫାଇନ କରାଯାଇଥିବା ସୂଚନା ମିଳିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ବିଭାଗ ।