-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
ବଲାଙ୍ଗିର, ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଓ ନେହେରୁ ଯୁବ କେନ୍ଦ୍ର ର ମିଳିତ ଉଦ୍ୟମରେ ପଶ୍ଚିମ ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଭୀମ ପାହାଡ ଠାରେ ସ୍ୱଚ୍ଛତା ହିଁ ସେବା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ସଭାପତି ତଥା ପ୍ରକୃତିମିତ୍ର ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦେଓଗାଁ ବ୍ଲକ ଚେୟାରମେନ ଦୟାନିଧି ଖମାରୀ ଓ ସମ୍ମାନିତ ଅତିଥି ଭାବେ ଦେଓଗାଁ ବ୍ଲକ ବିଡିଓ କ୍ଷମାନିଧି ଭୋଇ ଯୋଗ ଦେଇଥିଲେ । ଏ ଅବସରରେ ଭୀମ ପାହାଡ ର ବିଭିନ୍ନ ଆବର୍ଜନାପୂର୍ଣ୍ଣ ସ୍ଥାନକୁ ସଫା କରାଯିବା ସହିତ ରାସ୍ତାର ଦୁଇ ପାଶ୍ୱର୍ରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ଯୁବ କୁଲୁତା ସମାଜ ସଂପାଦକ ଭୁବନେଶ୍ୱର ଭୋଇ, ଜିଲ୍ଲା ସଦସ୍ୟ ଗଙ୍ଗାଧର ସା, ଦେଓଗାଁ ବ୍ଲକ ସହ ସଂପାଦକ ରମେଶ ନାଏକ, ଝୁନୁ ପ୍ରଧାନ, ଆକାଶ ବିଶ୍ୱାଲ, ଲୋଇସିଂହା ବ୍ଲକ ଉପ-ସଭାପତି ଇଶ୍ୱର ବିଶ୍ୱାଲ, ନିତ୍ୟା ଗଡତ୍ୟା, ସ୍ୱାଗତ ବିଶ୍ୱାଲ, ନିତେଶ ବେହେରା, ରୁଦ୍ର ଭୋଇ, ପ୍ରଫୁଲ୍ଲ ପ୍ରଧାନ, ଲଳିତ ପ୍ରଧାନ, ଋତିକ ନାଏକ, ଉତ୍ତମ ପ୍ରଧାନ, ଆନନ୍ଦ ସ୍ୱାଇଁ, ସାହିଲ ସାହୁ, ମମନ ସାହୁ, ଅରବିନ୍ଦ ପ୍ରଧାନ, ରଶ୍ମି ବିଶ୍ୱାଲ, ରିତିକ ନାଏକ, ରବି ପ୍ରଧାନ, ଶୁଭମ ଗଡତ୍ୟା, ପ୍ରଶାନ୍ତ ପ୍ରଧାନ ଓ ମଧୁ ବିଶ୍ୱାଲ ପ୍ରମୁଖ ସଯୋଗ କରିଥିଲେ ।