-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
କନ୍ଧମାଳ/ବାଲିଗୁଡା(କ୍ଷୀରୋଦ କୁମାର ସାହାଣୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସ୍ଥାନୀୟ ଥାନା ଅଂଚଳରୁ ୨୧ ଟି ଚୋରି ବାଇକ ଦଶପଲ୍ଲା ଓ ବାଲିଗୁଡା ପୋଲିସର ମିଳିତ ଉଦ୍ୟମ ରେ ଉଦ୍ଧାର କରାଯାଇଛି ! ସୂଚନା ପ୍ରକାରେ ବାଲିଗୁଡା ପୋଲିସର ସହାୟତାରେ ଦଶପଲ୍ଲା ପୋଲିସ ବାଇକ ରାକେଟର ମୁଖ୍ୟ ଆସାମୀ କୁ ଗିରଫ କରିପାରିଛି.! ଗିରଫ ଯୁବକ ହେଉଛି ଦଶପଲ୍ଲା ଥାନା ଅନ୍ତର୍ଗତ ହରିଡ଼ାବାଡି ଗ୍ରାମର ବୋଲି ଜଣାପଡିଛି ! ନୟାଗଡ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଓ ମଧ୍ୟଖଣ୍ଡ ଥାନା ଅଂଚଳରୁ ବାରମ୍ବାର ବାଇକ ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା ! ମୁଖ୍ୟ ବାଇକ ଚୋର ଅଜୁ ନାୟକ ବାଲିଗୁଡା ଥାନା ଅଂଚଳରେ ରହୁଥିବା ଅନୁସନ୍ଧାନରୁ ଜାଣି ପାରି ମଧ୍ୟଖଣ୍ଡ ଫାଣ୍ଡି ଏ ଏସ ଆଇ ଧୀରେନ୍ଦ୍ର ପାତ୍ର ଙ୍କ ନେତୃତ୍ୱ ରେ ଏକ ସାତ ଜଣିଆ ଟିମ ଆସି ଚଢ଼ାଉ କରି ଅଜୁ ନାୟକକୁ ଗିରଫ କରିବା ସହ 21 ଟି ଚୋରି ବାଇକ ଉଦ୍ଧାର କରିଥିଲେ ! ତେବେ ବାଲିଗୁଡାରେ ଘଟିଥିବା ବହୁ ଚର୍ଚ୍ଚିତ ବଜାର ସାହି ମା ପାଟଖଣ୍ଡା ଅଳଂକାର ଦୋକାନ ଡକାୟତିର ମୁଖ୍ୟ ଆସାମୀ ମାନେ ଗିରଫ ହେବେ ବୋଲି ସର୍ବସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ! ଗତ ଅଗଷ୍ଟ 29 /2023 ମଙ୍ଗଳ ବାର ଦିନ 10.15 ମିନିଟରେ ସୁନା ଦୋକାନୀ ତଥା ଆଇନଜୀବୀ ଏ ସୁଭାଷ ଆଚାରୀ ଦୋକାନ ଖୋଲିଥିଲେ ! ହଠାତ ତିନିଜଣ ଅଜଣା ଲୋକ ଖଣ୍ଡା ଓ ବନ୍ଧୁକ ଦେଖାଇ ଥିଲେ ! ସୁନା ଗହଣା ଓ ଟଙ୍କା ଥିବା ଏକ ବ୍ୟାଗକୁ ନେବା ବେଳେ ସୁବାଷ ଆଚାରୀଙ୍କୁ ଖଣ୍ଡାରେ ହାଣିଥିଲେ ଓ ବନ୍ଧୁକ ଫୁଟାଇ ଅପରାଧୀ ମାନେ ସୁନା ଟଙ୍କା ନେଇ ଫେରାଲ ହୋଇ ଯାଇଥିଲେ ! ଏହାପରେ ସୁନା ଦୋକାନୀ ଥାନାରେ ଏତେଲା ଦର୍ଜ ହୋଇଥିଲା ! ସୁନାଦୋକାନ ପାଖରେ ଥିବା ବ୍ୟବସାୟୀ ମାନେ ଆହତ ସୁବାଷ ଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଥିଲା! ଚୋରି ହେଇଥିବା ସୁନା ଅଳଂକାର ଓ ଟଙ୍କାର ମୂଲ୍ୟ ଚାରି ଲକ୍ଷ ଟଙ୍କା ବୋଲି ଜଣାପଡିଛି!!ପୋଲିସ ଅଧିକାରୀ ବାବା ସରାଫ ଦଫା ୪୫୨, ୩୯୪ ୩୦୭,୫୦୬ ଆର୍ମସ ଏକ୍ଟ ୨୫ ଓ ୨୭ରେ ମକଦ୍ଦମା ରୁଜ୍ଜୁ କରି ତଦନ୍ତ କରିବା ପରେ ଚୋର ମାନେ ବ୍ୟବହାର କରିଥିବା କେ ଟି ଏମ ବାଇକ କୁ ଜବତ କରିଥିଲା ରାଇକିଆ ଥାନା ଅନ୍ତର୍ଗତ ମୁଣ୍ଡାଗୁଡା ଜଙ୍ଗଲରୁ ! ତଦନ୍ତରୁ ପୋଲିସ ଜାଣିପାରି ବାଇକ ମାଲିକ ପ୍ରଶାନ୍ତ ରାଉତରାୟ କୁ ପୁରୀ ଜିଲ୍ଲା ଅନ୍ତର୍ଗତ ଗୌଡ଼ା ଗ୍ରାମ ରୁ ଗିରଫ କରିଥିଲା!କିନ୍ତୁ ପୋଲିସ ତଦନ୍ତ ଶିଥିଳ ପଡିଗଲା ! ଆଇଆଇସି ବାବା ସରାଫ ଓ ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀ ବିଶ୍ୱାଳ ଏକ ଖାଲି ବ୍ୟାଗ ଆଣି ସୁନା ଦୋକାନୀ ସୁବାଷ ଆଚାରୀଙ୍କୁ ଦେଖାଇଥିଲେ ! ପୋଲିସ ଉଦ୍ଧାର କରିଥିବା ବ୍ୟାଗ ଟି ସୁବାଷ ଙ୍କର ନୁହେଁ ବୋଲି ପ୍ରକାଶ କରିଥିବା କୁହାଯାଉଛି ! କନ୍ଧମାଳ ଜିଲ୍ଲାର ଏହି ଲୋମହର୍ଷଣ କାରି ଡକାୟତି ଘଟଣା କେଶ ନଂ ୨୦୩/୨୩ ଏକ ବର୍ଷ ବିତିଯାଇଥିଲେ ବି ମୁଖ୍ୟ ଆସାମୀ ପିଣ୍ଟୁ ମାଝୀ ଓ ତାଙ୍କର ସହଯୋଗୀ କୁ ପୋଲିସ ଆଜିଯାଏ ଗିରଫ କରିପାରି ନାହିଁ କି ସୁନା ଅଳଙ୍କାର ଉଦ୍ଧାର ଵି ହୋଇ ପାରି ନାହିଁ ! ସୁନାଦୋକାନୀ ସୁବାଷ ଆଚାରୀ ଏକ ଆଇନଜୀବୀ ମଧ୍ୟ ଅଟନ୍ତି ! ସେ ଯଦି ନ୍ୟାୟ ପାଇଲେ ନାହିଁ ତେବେ ସାଧାରଣ ଲୋକଙ୍କ କଥା ପଚାରେ କିଏ ବୋଲି ଆଲୋଚନା ହେଉଛି ! ଏଇଠି କଥା ଉଠୁଛି ଦଶପଲ୍ଲା ପୋଲିସ ଆସି ବାଲିଗୁଡା ଅଂଚଳରେ ପଶି ଦଶପଲ୍ଲା ଅଂଚଳ ରେ ଚୋରି ହୋଇଥିବା ୨୧ ଗୋଟି ବାଇକ ଜବତ କରିବା ସହିତ ବାଇକ ଚୋରୀର ମୁଖ୍ୟ ମାଷ୍ଟରମାଇଣ୍ଡକୁ ଗିରଫ କରିପାରୁଛି, ହେଲେ ବାଲିଗୁଡା ପୋଲିସର ନିଷ୍କ୍ରିୟତା ଯୋଗୁଁ ଆଜିଯାଏ ସୁନା ଟଙ୍କା କିମ୍ବା ଅପରାଧୀ କୁ ଗିରଫ କରିବାରେ ବିଫଳ ହୋଇଛି ବାଲିଗୁଡା ପୋଲିସ ! ଏହି ଡକାୟତି ସମ୍ପର୍କରେ ପୋଲିସ ସର୍ବୋଚ୍ଚତମ କତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ୍ୟ ପୋଲିସ ବିଭାଗର ନିଦ ଏଯାଏ ଭାଙ୍ଗୁନି କି ସୁନା ଲୁଟେରା ମାନଙ୍କୁ ଗିରଫ କରିବାରେ ପୋଲିସ ର ଆଗ୍ରହ ନ ଥିବା ଦେଖିବାକୁ ମିଳୁଛି ! ଏବେ ଦଶହରା ପର୍ବ ପାଖେଇ ଆସୁଥିବାରୁ ବ୍ୟବସାୟୀ ମାନେ ପୁଣି ଆଉଥରେ କାହାର ସୁନା ଅଳଙ୍କାର ଦୋକାନ ଭିତରେ ପଶି ଅପରାଧୀ ମାନେ ଆହୁରି ଲୁଟ ପାଟ କରିବେକି ବୋଲିବରଡ଼ା ପତ୍ର ପରି ଭୟରେ ଥିବା ଦେଖିବାକୁ ମିଳିଛି | ଦେଖାଯାଉ ବାଲିଗୁଡାର ଡକାୟତି ହୋଇଥିବା ସୁନା ଅଳଙ୍କାର ଉଦ୍ଧାର ହେବା ସହିତ ଅପରାଧୀ ମାନଙ୍କୁ ଗିରଫ କରିବାକୁ ଆଉ କେତେବର୍ଷ ଲାଗିବ ବୋଲି ସାଧାରଣ ରେ ପୋଲିସ ଉପରକୁ ଅଙ୍ଗୁଳି ନିର୍ଦେଶ କରିବାକୁ ଆରମ୍ଭ କଲେଣି , ଦେଖାଯାଉ ପୋଲିସ ର ଅପାରଗତା ଆଉ କେତେଦିନ ????