-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଲାଉମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି-୨୦୨୪ ବାର୍ଷିକ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପାଳନ ହୋଇ ଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୁବାସ ଦଣ୍ଡସେନା ଓ ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ଦେବାଦି ଦଣ୍ଡସେନା ଯୋଗ ଦେଇଥିଲେ l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ମହାନନ୍ଦଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମ ପ୍ରସାଦ ବାଗ ସଭାପତିତ୍ତ୍ଵ କରିଥିଲେ । ଏଥିରେ ସରକାରୀ ନିର୍ଦ୍ଦେଶ ମତେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସଫଳ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ମଣ୍ଡଳ ସ୍ତରୀୟ ପ୍ରତିଯୋଗୀତା ପାଇଁ ଉନ୍ନୀତ ହୋଇଥିଲେ lବ୍ଲକସ୍ତରରୁ ସିଆରସିସି ଶ୍ରୀଯୁକ୍ତ ନବୀନ କୁମାର ଓ ଶ୍ରୀଯୁକ୍ତ ସୁଧାଂଶୁ ଜାଲ ପରିଦର୍ଶନରେ ଆସିଥିଲେ।