-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
ତରଭା(କପିଳାସ ସେଠ): ସୋନପୁର ମହାରାଜା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାହୋଇ ଯାଇଛି I ଏହି ପ୍ରତିଯୋଗିତାରେ ତୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଲୟର ଛାତ୍ରୀମାନଙ୍କର ଲୋକନୃତ୍ୟ ଦଳ ଜିଲ୍ଲାରେ ପ୍ରଥମ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଏହି ପରିପେକ୍ଷୀ ରେ ଗୁରୁବାର ରେ ତରଭା ବିଇ ଓ କାର୍ଯ୍ୟଳୟ ରେ ତୁଲୁଣ୍ଡା ବିଦ୍ୟାଳୟ ନୃତ୍ୟ ଦଳ କୁ ସମର୍ଦ୍ଧିତ କରାଯାଇଥିଲା I ନୃତ୍ୟ ପରିବେଶ ସୁରକ୍ଷା ବିଷୟବସ୍ତୁ ଉପରେ ଆଧାରିତ ଲୋକନୃ୍ତ୍ୟରେ ଛାତ୍ରୀମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ତରଭା ଗୋଷ୍ଠି ଶିକ୍ଷା ଅଧିକାରୀ ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ତରଭା ବ୍ଲକ ସ୍ତରୀୟ ବିଭିନ୍ନ ଅଧିକାରୀ ସତ୍ୟନାରାୟଣ ମହାପାତ୍ର, .ସଞ୍ଜିବ ସେଠି,. ଭରତ ମଲ୍ଲିକ,ଏଲମେଣ୍ଟାରି ଶିକ୍ଷକ ସଂଘ ସଭାପତି ସୁରେଶ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ବି.ଇ.ଓ ଶ୍ରୀ ମିଶ୍ର ଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ତରଭା ବ୍ଲକ ପାଇଁ ଗୌରବ ଆଣିଥିବାରୁ ଛାତ୍ରୀମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ତୁଲୁଣ୍ଡା ଉ.ପ୍ରା.ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ ମହାନ୍ତି ଓ କଳା ଶିକ୍ଷକ ପ୍ରଦୀପ ବରାଳଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।ସେହିପାରି ତରଭା ବାଳକ ଉଚ୍ଚ ବିଦ୍ୟାଲୟଠାରେ ବିଦ୍ୟାଲୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁରଜ କୁମାର ସେଠିଙ୍କ ନେତୃତ୍ୱ ରେ ନୃତ୍ୟଦଳକୁ ସମ୍ବର୍ଦ୍ଧନା ଥିଲା । ଖବର ପ୍ରଚାରିତ ହେବାପରେ ତୁଲୁଣ୍ଡା ଗ୍ରାମ ସମେତ ତରଭା ଅଞ୍ଚଳରେ ଖୁସିର ଖବର ଖେଳିଯାଇଛି ।