-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଦ୍ଵାରା ସ୍ଥାନୀୟ ସଂସ୍କୃତି ଭବନଠାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଧାରଣ ସଭା ଏବଂ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଛି । ପର୍ଯ୍ୟଟନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସିଂଙ୍କ ନେତୃତ୍ଵରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ତାହିର ହୁସେନ ଏବଂ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟଟନ ଦିବସ ପାଳନର ତାତ୍ପର୍ଯ୍ୟ ବୁଝାଇବା ସହ ବରଗଡ ଜିଲ୍ଲାରେ ଲୁକ୍କାୟିତ ଭାବେ ଥିବା ପର୍ଯ୍ୟଟନ ସ୍ଥଳ ଗୁଡିକୁ ସୋସିଆଲ ମେଡିଆ ମାଧ୍ୟମରେ ଲୋକଲୋଚନକୁ ଆଣିବା ଏବଂ ପର୍ଯ୍ୟଟନ ସ୍ଥଳକୁ ସଫା ରଖିବାକୁ କହିଥିଲେ ।
ଏହି ଅବସରରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାକୁ କୁଇଜ ମାଷ୍ଟର ଶ୍ରୀମତୀ ସୁଷମା ଦାଶ ଏବଂ ଶ୍ରୀମତୀ ସୁଜାତା ମଲ୍ଲିକ ପରିଚାଳନା କରିଥିଲେ ।
ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ୧୩ ଗୋଟି ବିଦ୍ୟାଳୟ ଏବଂ ବରିଷ୍ଠ ବିଭାଗରେ ୯ ଗୋଟି ମହାବିଦ୍ୟାଳୟରୁ ଜଣେ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କନିଷ୍ଠ ବିଭାଗରେ ସ୍ଵାଗତ ଦେବତା ପ୍ରଥମ, ମୋନାଲିସା ସାହୁ ଏବଂ ବବିତା ରଥ ଦ୍ଵିତୀୟ, ରେଖା ମେହେର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ଦେବାଶିଷ ମିଶ୍ର ପ୍ରଥମ, ତାପସ ପଧାନ ଦ୍ଵିତୀୟ ଏବଂ ଶୁଭ୍ରାଂଶୁ କୁମାର ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।