-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2024
ସମ୍ବଲପୁର:(ନିରଞ୍ଜନ ତ୍ରିପାଠୀ)-ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ସମ୍ବଲପୁର ଠାରେ ଧନକଉଡ଼ା ବ୍ଲକ ସ୍ତରୀୟ "ନିପୁଣ ଓଡିଶା ଲୋଗୋ ଉନ୍ମୋଚନ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଧନକଉଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡ଼ :ଗୀତାଞ୍ଜଳି ଭୋଇ, ଅଧକ୍ଷ, ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ଲେଡି ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁଜିତ କୁମାର ଲୁହା,ହୀରାକୁଦ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସପ୍ତଶ୍ରୀ ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁସ୍ମିତା ପାଟ୍ଟଯୋଶୀ ଏବଂ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ର ବରିଷ୍ଠ ପ୍ରଶିକ୍ଷକ ଆଜାଦ ଶେଖର ପ୍ରଧାନ ଯୋଗଦାନ କରି ଥିଲେ। ଜାତୀୟ ଶିକ୍ଷା ନୀତି ଆଧାର ରେ ନିପୁଣ ଭାରତ ତଥା ନିପୁଣ ଓଡିଶା ମିଶନ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ସ୍ତର ରେ ସୁନିଶ୍ଚିତ କରି ପ୍ରାଥମିକ ବିଦ୍ୟାଳୟ ସ୍ତର ପ୍ରଥମ ରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଶିକ୍ଷଣ ଦକ୍ଷତା ଅଭିବୃଦ୍ଧି ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ। ବିଦ୍ୟାଳୟ ରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ର କୌଶଳ କୁ ସୁନିଶ୍ଚିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଅପରିହାର୍ଯ୍ୟ ଯେପରି କି ୨୦୨୬-୨୭ ସୁଦ୍ଧା ଛାତ୍ର ଛାତ୍ରୀ ମାନେ ଯେପରି ତାଙ୍କର ଶ୍ରେଣୀ ଭିତ୍ତିକ ମୌଳିକ ଶିକ୍ଷଣ ଦକ୍ଷତା ହାସଲ କରି ପାରିବେ ବୋଲି ମଂଚାସୀନ ଅତିଥି ଗଣ ତାଙ୍କର ବକ୍ତ୍ୟବ ରଖି ଥିଲେ। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ସୁସ୍ମିତା ପାଟ ଯୋଶୀ। ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ ଅସୀମ ପ୍ରଧାନ ଏବଂ ସୁବାଷ ସାହୁ। କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମସ୍ତ ସି.ଆର୍.ସି.ସି ସହଯୋଗ କରି ଥିଲେ।