-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2024
(ଡୋଲେଶ୍ଵର ଵାଗ)
ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ବାବେବୀର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଛି । ଉଦଘାଟନୀ ସଭାରେ କ୍ଲଷ୍ଟର ସଂଯୋଜକ ମଧୁସୂଦନ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାବେବୀର ସରପଞ୍ଚ ଯୁଗେଶ୍ବର ପାଣ୍ତେ,ସମ୍ମାନୀତ ଅତିଥି ମହାବୀର ଯୋଷୀ, ଜିତେନ୍ଦ୍ର ହଂସ, ମକରଧ୍ବଜ ଜଗତ, ରାଧେଶ୍ୟାମ ଦତ୍ତ,ବିଜୟ କୁମାର ପତୀ, ବଂଶୀଧର ହଂସ,ଜୋହାସ୍ୟ ଛତ୍ରିଆ ଉପସ୍ଥିତ ଥିଲେ ।ଏହି ଅବସରରେ ଶିଶୁ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରକଳା,କୁଇଜ୍,ପ୍ରବନ୍ଧ ଲିଖନ,ବିତର୍କ, ବକୃତା,ଗଣିତ ଦୌଡ,ଗଳ୍ପ କଥନ, ସଂଗୀତ, ସାଂସ୍କୃତିକ ନୃତ୍ୟ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାବେବୀର କ୍ଲଷ୍ଟର ମୋଟ ୧୦ଟି ବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।ଶେଷରେ ବାବେବୀର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଂଶୀଧର ହଂସ ଙ୍କ ସଭାପତିତ୍ବରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ବାବେବୀର ସରପଞ୍ଚ ଯୁଗେଶ୍ବର ପାଣ୍ଡେ ମୁଖ୍ୟବକ୍ତା ବରିଷ୍ଠ ଶିକ୍ଷକ ମହାବୀର ପ୍ରସାଦ ଯୋଶୀ , ବିଶିଷ୍ଟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡ଼େନ,ସମ୍ମାନୀତ ଅତିଥି କ୍ଲଷ୍ଟର ସଂଯୋଜକ ମଧୁସୂଦନ ମାଝୀ, ବରିଷ୍ଠ ପ୍ରଧାନ ଶିକ୍ଷକ ବିଜୟ କୁମାର ପତୀ ,ଶିକ୍ଷକ ଜୋହାସ୍ୟ ଛତ୍ରିଆ ଉପସ୍ଥିତ ଥିଲେ । ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଡିସମ୍ବର ମେହେର ଓ ମକରଧ୍ବଜ ଜଗତ ପରିଚାଳନା କରୁଥିବା ବେଲେ ଶିକ୍ଷକ ହେମନ୍ତ ସତନାମୀ ଧନ୍ୟବାଦ ଅର୍ପଣ କରିଥିଲେ ।