-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
କୋକସରା(ତ୍ରିନାଥ ବେଶ୍ରା )
ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ ଓ ଓଏଲ୍ଏମ ମିଶନ ଶକ୍ତି କର୍ମୀ ସଂଘର ଡ଼ାକରା କ୍ରମେ ବର୍ଦ୍ଧିତ ଦରମା ମିଲୁ ନଥିବାରୁ ବୁଧବାର ଠାରୁ ବ୍ଳକସ୍ତରୀୟ ଗ୍ରାମ ପଞ୍ଚାୟତ ଫେଡେରେସନ କର୍ମୀ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳପାଇଁ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଏହାକୁ ସମର୍ଥନ ଜଣାଇ କୋକସରା ବ୍ଳକସ୍ତରୀୟ ଗ୍ରାମ ପଞ୍ଚାୟତ ଫେଡେରେସନ କର୍ମୀ ସଂଘ ପକ୍ଷରୁ କୋକସରା ବିଡ଼ିଓ ଙ୍କ ଅନୁପସ୍ଥିତ ଥିବା ବେଳେ ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରି କାର୍ଯ୍ୟବନ୍ଦ କରିଛନ୍ତି। ପ୍ରକାଶ ଯେ’ ସିଆରପି, ଏମବିକେ, ବ୍ୟାଙ୍କମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ଏଲ୍ଏସବି ଭଲି ୬ ଗୋଟି କମ୍ୟୁନିଷ୍ଟ ସପୋର୍ଟ ଷ୍ଟାପ ଓଡ଼ିଶା ଜୀବିକା ମିଶନ/ମିଶନ ଶକ୍ତି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ନିରନ୍ତର ଭାବେ କାର୍ଯ୍ୟକରି ଆସୁଛନ୍ତି। ସେମାନେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ପ୍ରାୟ ୬ମାସ ହେବ ବର୍ଦ୍ଧିତ ଦରମା ମିଲୁ ନାହିଁ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସହ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ଓ ଉପ ମୂଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣା ଯାଇଛି। ହେଲେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଯାହା ଫଳରେ ସେମାନଙ୍କ ଜୀବନ ଜୀବିକା ଉପରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରିଛନ୍ତି। ସିଆରପି, ଏମବିକେ, ବ୍ୟାଙ୍କମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ଏଲ୍ଏସବି ଭଲି ୬ ଗୋଟି କମ୍ୟୁନିଷ୍ଟ ସପୋର୍ଟ ଷ୍ଟାପ ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆଜିଠାରୁ କାର୍ଯ୍ୟବନ୍ଦ କରିଥିବା ସମେତ ଆନ୍ଦୋଳନରତ ସମସ୍ତ ସିଆରପି, ଏମବିକେ, ବ୍ୟାଙ୍କମିତ୍ର, କୃଷିମିତ୍ର, ପ୍ରାଣୀ ମିତ୍ର ଓ ଏଲ୍ଏସବି ପ୍ରମୁଖ ପ୍ରକାଶ କରିଛନ୍ତି।