-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
କଳାହାଣ୍ଡି (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟରତ ଏମବିକେ, ସି ଆର୍ ପି,ବ୍ୟାଙ୍କ୍ ମିତ୍ର, ପ୍ରାଣୀ ମିତ୍ର କୃଷିମିତ୍ର ଓ ଏଲ୍ ଏସ ପି ଙ୍କୁ ଗତ ଛଅ ମାସ ହେଲା ଦରମା ମିଳି ନ ଥିବା ଅଭିଯୋଗ ସାମନା କୁ ଆସିଛି, ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏ ନେଇ ସେମାନେ ଉପରୋକ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ତେଣୁ ସେମାନେ
ଗତ ବୁଧବାର ଦିନ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଆଜି ଭବାନୀପାଟଣା ବସଷ୍ଟାଣ୍ଡ ଠାରୁ ହଜାର ହଜାର ସଂଖ୍ୟାରେ ମିଶନଶକ୍ତିର ମହିଳାକର୍ମୀ ମାନେ ଏକ ରାଲି କରି ଜିଲ୍ଲାପାଳଙ୍କ ଅଫିସ କୁ ଯାଇ ଦାବୀ ପତ୍ର ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁସାରେ ଗତ ଛଅ ମାସ ହେଲା ସେମାନେ କାର୍ଯ୍ୟ କରି ମଧ୍ଯ ଦରମା ପାଉ ନ ଥିବା ରୁ ସେମାନଙ୍କ ପରିବାର ଚଳିବା ନିମନ୍ତେ କଷ୍ଟକର ହୋଇ ପଡ଼ିଛି।ଏହାର ସମlଧାନ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।