-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ପାର୍ବତୀପୁର ଗ୍ରାମର ଗରୁଡ଼ଧ୍ୱଜ ଭୋଇ(୪୬) ନିଖୋଜ ହୋଇଥିବା ନେଇ ତାଙ୍କର ସାନ ଭାଇ ମକରଧ୍ଵଜ ଭୋଇ କଣ୍ଟାମାଳ ଥାନାରେ ଲିଖିତ ଜଣାଇଛନ୍ତି l ସୂଚନା ପ୍ରକାରେ ତାମିଲନାଡୁର ତ୍ରିପୁର ରେଳ ଷ୍ଟେସନରୁ ବିରାମୁଣ୍ଡା ଗ୍ରାମର ଧନସିଂ ଭୋଇଙ୍କ ସହିତ ଗରୁଡ଼ଧ୍ୱଜ ଗତ ୧୯ ତାରିଖ ଗୁରୁବାର ଅପରାହ୍ନ ପ୍ରାୟ ୧ଘଣ୍ଟା ସମୟରେ ଟାଟାନଗର ଟ୍ରେନ ଯୋଗେ ନିଜ ଗାଁ ଅଭିମୁଖେ ଫେରୁଥିଲେ l ରାତି ପ୍ରାୟ ୨/୩ ହେବ ବିଜୟୱାଡା ରେଳ ଷ୍ଟେସନରେ ଗରୁଡ଼ଧ୍ୱଜ କେଉଁଠି ହଜିଗଲେ l ଧନସିଂ ତାକୁ ଖୋଜାଖୋଜି କରିଥିଲେ ହେଁ ସନ୍ଧାନ ନ ପାଇ ଘରକୁ ଆସି ମକରଧ୍ୱଜଙ୍କୁ ଜଣାଇବାରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ଖୋଜ ଖବର ପାଇଲେ ନାହିଁ l ଫଳରେ ବଡ଼ ଭାଇର ନିଖୋଜ ବିଷୟରେ ମଙ୍ଗଳବାର କଣ୍ଟାମାଳ ଥାନାରେ ଏତଲା ଦେଇଛନ୍ତି l ଙ୍କଖୋଜ ଗରୁଡ଼ଧ୍ୱଜ ଙ୍କର ବୟସ(୪୬) ଦେହର ରଙ୍ଗ ଗୋରା, ଉଚ୍ଚତା ୫ଫୁଟ, ସେ ନୀଳ ରଙ୍ଗର ଫୁଲ ପ୍ୟାଣ୍ଟ ଓ ଧଳା ରଙ୍ଗର ହାଫ ସାର୍ଟ ପିନ୍ଧିଥିଲେ l ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା କଣ୍ଟାମାଳ ଥାନାକୁ ଖବର ଦେବାକୁ ଜଣାଇଛନ୍ତି l