-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ କମେଇମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ମହୋତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଣ୍ଡେଶ୍ୱର ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ତଥା ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ
ମୁଖ୍ୟବକ୍ତା ଓ ମାନ୍ଦଲା ସିଆରସିସି ଧନସିଂ ମାଝୀ ଯୋଗ ଦେଇଥିଲେ।ଶିକ୍ଷକ ଶ୍ରୀ ନିରଞ୍ଜନ ସୁନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଓଡ଼ିଶାର ଲୋକକଳା ଉପରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ଯଥା ବିତର୍କ, ରଚନା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଦଲଗତ ନୃତ୍ୟ ଆଦି କରାଯାଇଥିଲା।ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ମହୋତ୍ସବରେ ଶିକ୍ଷକ କୃଷ୍ଣଚନ୍ଦ୍ର ରଣା, ସୁବାଷ ଧରୁଆ,ପ୍ରମୋଦ ମାଝୀ, ଅକୃର ପୁଟା,ଗୁଣମତ ବାଗ, ହରିଶଙ୍କର ସାହୁ, ଯଶୋବନ୍ତି ପୁଟେଲ, ଲଳିତ କୁଅଁର,ମଳୟ ଚୌହାନ, ରବୀନ୍ଦ୍ର ଭୋଇ, ରୋହିତାଶ୍ୱ ନାଗ,ରାଜ କିଶୋର ସେଠ,ରାଜୁ ଦୀପ, ହେମାନନ୍ଦ ତାଣ୍ଡି,ବିକାଶ ନାଥ ଆଦି ସହଯୋଗ କରିଥିଲେ।