-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ରାମଲୀଳା ମଣ୍ଡପ ପ୍ରାଙ୍ଗଣରେ ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କର୍ତୃପକ୍ଷ ସହାୟତା ରେ ରେଆର ସୋନପୁର ଦ୍ୱାରା ଗ୍ରାମ ସ୍ତରୀୟ ବିପର୍ଯୟ ପରିଚାଳନା କମିଟି ଗଠନ କରାଯାଇଛି। ଏଥିରେ ପର୍ଯ୍ୟବେକ୍ଷ୍ୟକ ଭାବରେ ଜିଲ୍ଲା ଜରୁରୀକାଳୀନ ବିଭାଗ ର କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱନାଥ ନାୟକ ଯୋଗ ଦେଇ କମିଟି ଗଠନ ର ନିତି ନିୟମ ବିଷୟରେ ଆଲୋଚନା କରିଥିଲେ। ଗ୍ରାମ ର ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ୱର୍ଡ ସଭ୍ୟ, ଗ୍ରାମ ସମ୍ବଳ କର୍ମୀ, ସ୍ୱୟଂ ସହାୟକ ଗୋଷ୍ଟି ର ସଦସ୍ୟା ଯୋଗ ଦେଇ ବିପର୍ଯୟ ସମ୍ପର୍କିତ ବିସ୍ତୃତ ଆଲୋଚନା କରାଯାଇ ସର୍ବସାମ୍ମତି କ୍ରମେ ଗ୍ରାମ କମିଟି ଗଠନ କରାଯାଇଥିଲା ।ରେଆର ତରଫରୁ ବିଶ୍ୱମ୍ବର ସାହୁ, ସୁଦାମ ଗାଈଗରିଆ, ମିତ୍ରଭାନୁ ମଲ୍ଲିକ ଯୋଗ ଦେଇଥିଲେ।