-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱଚ୍ଛତା ପଦ ଯାତ୍ରାର ଶୁଭlରମ୍ଭ ହୋଇଯାଇଛି। ଜଳ ଓ ପରିମଳ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ମେଡିକାଲ ଅଫିସର ସଞ୍ଜୟ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସ୍ୱଚ୍ଛତା ପଦ ଯାତ୍ରାର ସୁବଜ ପତକା ଦେଖାଇ ଶୁଭlରମ୍ଭ କରିଥିଲେ। ଉକ୍ତ ପଦ ଯାତ୍ରା ଡାକ୍ତରଖାନ ପରିସରରୁ ବାହାରି ବିଭିନ୍ନ ସଚେତନତା ବାର୍ତା ଦେଇ ସହର ପରିକ୍ରମା କରାଯାଇଥିଲା । ପରେ ଡାକ୍ତରଖାନା ସଫା କରିବା ସହ ଚାରା ରୋପଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ସ୍ୱର୍ଣ୍ଣପ୍ରଭା ଜୁଏଡ ପରିଚାଳନାରେ କରିଥିବା ବେଳେ ବିପିଏମ ମହେନ୍ଦ୍ର ମିଶ୍ର ଙ୍କ ସମେତ ଜଳ ଓ ପରିମଳ ବିଭାଗ ଏବଂ ଡାକ୍ତରଖାନା ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।