-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ବୌଦ୍ଧ / ବଘିଆପଡା(ପ୍ରେରଣା ଖବର): ବୌଦ୍ଧ ଜିଲ୍ଲା ସଦର ବ୍ଳକ ଟିକରପଡା ପଂଚାୟତ ମେଣ୍ଢୀମାଳ ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟାଳୟ ଠାରେ ଛତ୍ରପୁର, ଗଞ୍ଜାମର ସ୍ବଦେଶ ବୈଦ୍ୟଶାଲା ଓ ରିସର୍ଚ୍ଚ ପ୍ରାଇଭେଟ ଲିଃ ସହାୟତରେ ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ ଆୟୋଜନକ୍ରମେ ଏକ ଦିନିକିଆ ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା, ଆକ୍ୟୁପ୍ରେସର, ପଞ୍ଚଗବ୍ୟ, ପର୍ସ ଚିକିତ୍ସା ଓ ଔଷଧୀୟ ବୃକ୍ଷ ରୋପଣ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଉକ୍ତ ଶିବିରରେ ପ୍ରାକୃତିକ ଚିକିତ୍ସକ ତଥା ଆୟୁର୍ବେଦାଚାର୍ଯ୍ୟ ଡା.ନିରାକାର ବେହେରା ଯୋଗଦେଇ ପ୍ରାକୃତିକ ଚିକିତ୍ସା ପଦ୍ଧତିରେ ଜଳ ଚିକିତ୍ସା, ପ୍ରାକୃତିକ ଖାଦ୍ୟ ଗ୍ରହଣ ଦ୍ୱାରା ବିନା ଔଷଧ ସେବନରେ ନିରୋଗ ରହିପାରିବା ବୋଲି ପ୍ରତିଶୃତି ଦେଇଥିଲେ l ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଚେତନ ଶିବିର ଆୟୋଜନ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଛି l ଆସନ୍ତା ଦିନରେ ବଢ଼ିଗାଁ, ଶଗଡା, ମର୍ଜlକୁଦ, ବିରନରସିଂପୁର, ମାଧପୁର, ତଳଗାଁ ଠାରେ ଶିବିର ଆୟୋଜନ ନିମନ୍ତେ ସ୍ଥିର କରାଯାଇଛି l ଶିବିର ଆୟୋଜନ ନିମନ୍ତେ ସାମାଜିକକର୍ମୀ କେଦାରନାଥ ସାହୁ, କୃତ୍ତିବାସ ପଲିଆ, ଅଜିତ କୁମାର ପଟ୍ଟନାୟକ, କେଦାର ରଣବିଡା, ନିର୍ଗୁଣ ମହାକୁଡ଼, ରଘୁନାଥ ପଲିଆ, ନାରାୟଣ ମେହେର, ଶ୍ରୀବଲ୍ଲଭ ପ୍ରସାଦ ନାୟକ, ଗୋପାଳ ମହାରଣା, ଶରତ ପ୍ରଧାନ, ମଞ୍ଜୁଲତା ଦାସ ପ୍ରମୁଖ ଦାଇତ୍ୱ ଅର୍ପଣ କରାଯାଇଛି l ଉକ୍ତ ଶିବିରରେ 25ଜଣ ରୋଗୀ ଚିକିତ୍ସାଲାଭ କରିଥିଲେ l