-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ବ୍ରହ୍ମପୁର: ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୁତ ସରସିଙ୍ଗି ପଞ୍ଚାୟତ ର କଇଠଡା ଗ୍ରାମରେ କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ତଥା ପୁରୁଷୋତ୍ତମପୁର ବ୍ଲକର ୧୧ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ମାନଙ୍କୁ ନେଇ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଏକ ବୈଠକ ର ଆୟୋଜନ କରିଥିଲେ | ଏହି ବୈଠକ ସ୍ଥାନୀୟ ସରପଞ୍ଚ ମନୋଜ ଦାଶଙ୍କ ସଂଯୋଜନା ରେ ଆୟୋଜିତ ହୋଈ ଥିଲା | ଏହି ବୈଠକର ମୂଳ ଲକ୍ଷ ଥିଲା କି ପ୍ରତେକ ପଞ୍ଚାୟତ ର ବିକାଶ , ଏବଂ ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଈ ତାର ନିରାକରଣ କରିବା | ଯାହା ଉପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ବାର୍ତ୍ତା ଦେଇଛନ୍ତି ତାକୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରା ଞ୍ଚଳ ସବୁଠାରେ ତାକୁ କାର୍ଯ୍ୟ କାରି କରିବାକୁ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ନେତା, କର୍ମୀ ମାନଙ୍କୁ ଉପଦେଶ ଦେଇଥିଲେ | ଏହାସହ ପୁର୍ବ ବିଜେଡି ସରକାରଙ୍କ ଅମଳରେ ହୋଈ ଥିବା ଦୁର୍ନୀତିକୁ ବାହାର କରି ତାହାକୁ କୋକଲୋଚନ କୁ ଆଣିବାକୁ ବିଧାୟକ ସମସ୍ତଙ୍କୁ କହିଥିଲେ | ଏଠାରେ କିଏ ବଡ ନୁହଁକେବଳପ୍ରଧାନମନ୍ତ୍ରୀ, ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକୁ ଆମେ ସମସ୍ତେ ସମ୍ମାନ ଜଣାଇ ପାଳନ କରିବା ଏବଂ ତାହା ଲୋକମାନଙ୍କ ପାଖରେ ପହଞ୍ଚାଇ ସେମାନଙ୍କ କାମ କରିବା ବୋଲି ବୁଝାଇ ଥିଲେ | ଯେଉଁ ଲୋକମାନେ ବିଜେଡି ଠାରୁ ମୁହଁ ଫେରାଇ ସେମାନଂକୁ ନିର୍ବାଚନରେ ଭୋଟ ଦେଈ ଜିତାଇଛନ୍ତି, ସେମାନଙ୍କ ପ୍ରତେକ ଅସୁବିଧା ଓ ଦୁଃଖରେ ଆମେ ସମସ୍ତେ ତାଙ୍କ ପାଖକୁ ଯାଇ ସେମାନଙ୍କ ଅସୁବିଧାକୁ କିପରି ଦୂରକରି ପାରିବା ତାଉପରେ କାର୍ଯ୍ୟ କରିବାକୁ ସେଆହ୍ୱାନ ଦେଉଥିଲେ | ତେବେ ଯାଇ ଲୋକଙ୍କ ସେମାନଙ୍କ ଉପରେ ଆସ୍ତା ଓ ବିଶ୍ୱାସ ରହିବ ବୋଲି କହିଥିଲେ | ଆଜିର ଏହି କାର୍ଯ୍ୟକ୍ରମରେ ଯୁବ ବିଜେପି ନେତା ସୀତାରାମ ପାଣିଗ୍ରାହୀ , ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ପାଣ୍ଡିଆ ବିଜେପିଉ ମଣ୍ଡକ ସଭାପତି ଶ୍ରୀକାନ୍ତ ପଣ୍ଡା, ପବିତ୍ର ସାବତ, ସନ୍ତୋଷ ସେଠୀ, ହରପ୍ରଶାଦ ମିଶ୍ର,କିଶୋର ପରିଡା, ପଦ୍ମ ଚରଣ ନାୟକଙ୍କ ସହିତ ଅନେକ ନେତା, କର୍ମୀ ଯୋଗ ଦେଇଥିଲେ |
(ପୁରୁଷୋତ୍ତମପୁର ରୁ ଶୁଭଙ୍କର ଦାଶ ଙ୍କ ରିପୋର୍ଟ )