-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଦିନ୍ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହୋଟେଲ ରେ ବଲାଙ୍ଗିର ଦିନ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୧ ବଲାଙ୍ଗିର ଦିନ୍ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପାଳନ ପାଇଁ ସଂଯୋଜକମାନେ ଅଣ୍ଟା ଭିଡିଛନ୍ତି । ୧୯୪୯ ମସିହା ନଭେମ୍ବର ୧ ବଳରାମଗଡ ରୁ ସରକାର ବଲାଙ୍ଗିର ଜିଲ୍ଲା ଭାବରେ ନାମିତ କରିଥିଲେ । ଏହି ଦିନକୁ ବଲାଙ୍ଗିର ଦିନ ଭାବରେ ବଲାଙ୍ଗିର ଦିନ୍ ଆୟୋଜନ କମିଟି ତରଫରୁ ଆୟୋଜନ କରାଯାଉଅଛି । ବଲାଙ୍ଗିର ଜିଲ୍ଲାର କଳା ସଂସ୍କୃତି, ଐତିହ୍ୟ, ପରଂପରା, ଭାଇଚାରା କେମିତି ବଂଚି ରହିବ ସେମିତି ସବୁ ବର୍ଗର ଲୋକଙ୍କୁ ଜଡିବା ସହିତ ବିଭିନ୍ନ ପ୍ରତିଯୋଗିତାମାନ
ଅନୁଷ୍ଠିତ କରି ସମସ୍ତଙ୍କୁ ଏଥିରେ ସାମିଲ କରାଯାଉଅଛି । ସେହିପରି ଏହି ବର୍ଷ ମଧ୍ୟ ଆସନ୍ତା ୩୦ ସେପ୍ଟେମ୍ବର ସୋମବାର ଦିନ ସମସ୍ତ ସାମାଜିକ, ସାଂସ୍କୃତିକ, ସାମ୍ବାଦିକ, ରାଜନୈତିକ, କ୍ରୀଡା, ଶିକ୍ଷାନୁଷ୍ଠାନ ଓ ଜନସାଧାରଣ ୧ ନଭେମ୍ବର ୨୦୨୪ ବଲାଙ୍ଗିର ଦିନ ପାଳନକୁ ସଫଳ କରିବା ପାଇଁ ସନ୍ଧ୍ୟା ଘ.୫ ରେ ପି.ପି. ଏକାଡେମୀ ଠାରେ ସମସ୍ତେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି । ଆଜିର ଏହି ବୈଠକରେ କମିଟିର ସଂଯୋଜକ ଲୋଟସ ଷଡଙ୍ଗି, ଦିନେଶ ଶର୍ମା, ବିଦୁଭୁଷଣ ତ୍ରିପାଠି, ପ୍ରତାପ ରଥ, ସଂଗିତା ଦାଶ ଓ ବିନୋଦ କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ ।