-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||     

HOME   ଜିଲ୍ଲା

ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ, ପଶ୍ଚିମ ଓଡିଶାକୁ କ୍ରମାଗତ ଅବହେଳା ଓଡିଶାକୁ ଦୁଇ ଭାଗ କରିପାରେ- ନରସିଂହ ପଶ୍ଚିମ ଓଡିଶା ବିକାଶ ପରିଷଦ ନିଜ ଲକ୍ଷ୍ୟରୁ ଦୂରେଇ ଯାଇଛି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ନେଇ ସରକାରଙ୍କ ନକରାତ୍ମକ ମନୋଭାବ ନିନ୍ଦନୀୟ 

26-Sep-2024



ବଲାଙ୍ଗିର(ପ୍ରେରଣା ଖବର):  ଗଡଜାତ ମିଶ୍ରଣ ସମୟରେ ସର୍ତ୍ତ ଥିଲା ଗଡଜାତ ଅଂଚଳ ଯେତେ ସୁବିଧା ପାଉଛି ସେ ସବୁ ସୁବିଧା ମିଶ୍ରଣ ପରେ ମଧ୍ୟ ବଳବର୍ତ୍ତର ରହିବ କିନ୍ତୁ ସ୍ୱାଧିନତା ପରେ ସରକାରମାନେ ସେ ସର୍ତ୍ତ ପୁରଣ କରିନାହାନ୍ତି । ଏଠାରେ ଗଡଜାତ ସମୟରେ ଲୋକେ ହାଇକୋର୍ଟ ର ସୁବିଧା ପାଇପାରୁଥିଲେ । କିନ୍ତୁ ପରବର୍ତ୍ତି ସମୟରେ ସେହି ସୁବିଧାରୁ ଲୋକେ ବଂଚିତ ରହିଲେ । ଯଦିଓ ଏଠାକାର ଜଜ୍ ଙ୍କୁ ରେଜିଷ୍ଟ୍ରାର ର କ୍ଷମତା ଦିଆଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକେ କେସ ଲଢିବା ପାଇଁ କଟକ ଯିବାକୁ ପଡେ । ତେଣୁ ବହୁ ଦିନର ହାଇକୋର୍ଟ ବେଞ୍ଚ ଦାବି ସରକାର ନ ମାନି ପଶ୍ଚିମ ଓଡିଶା ପ୍ରତି କ୍ରମାଗତ ଅବହେଳା ଜାରି ରଖୁଥିବାରୁ ଏହା  ଓଡିଶାକୁ ଭାଗ ଭାଗ କରିଦେବ ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରି ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଗର୍ଜିଛନ୍ତି । ସେ ଏହି ମର୍ମରେ କହିଛନ୍ତି ଯେ ୨୪ ବର୍ଷର ନବୀନ ସରକାର ଦିର୍ଘ ଦିନ ଧରି ହାଇକୋର୍ଟ ବେଞ୍ଚ କୁ ନେଇ ଏକ ଠୋସ ପ୍ରସ୍ତାବ କେନ୍ଦ୍ରକୁ ଦେଲେ ନାହିଁ । ଏପଟେ ବର୍ତ୍ତମାନ ର ନୂତନ ବିଜେପି ସରକାର ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଦରକାର ନାହିଁ ବୋଲି କହି ଆମ ପ୍ରତି ଥିବା ବୈମାତୃକ ମନୋଭାବକୁ ଦୁଇଗୁଣ କରିଛନ୍ତି । ଠିକ ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ର ଲକ୍ଷ୍ୟ ଥିଲା ରାଜ୍ୟର ଆଞ୍ଚଳିକ ବୈଷମ୍ୟ, ଅସମତୁଳ ବିକାଶ କୁ ଦୂର କରି ପଶ୍ଚିମାଂଚଳର ବିକାଶ କରିବ କିନ୍ତୁ ବିଡମ୍ବନା ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପାଣ୍ଠିକୁ ପରିଷଦ କେବଳ ଅତି କ୍ଷୁଦ୍ର କ୍ଷୁଦ୍ର ପ୍ରକଳ୍ପରେ ସମଗ୍ର ପାଣ୍ଠିକୁ ଶେଷ କରିଦେଉଛନ୍ତି । ତେଣୁ ପରିଷଦ ଯେଉଁ ଉଦ୍ଦେଶ୍ୟରେ ଗଠନ ହୋଇଥିଲା ସେହି ଲକ୍ଷ୍ୟରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଦୂରେଇ ଯାଇଛି । ଆହୁରି ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ରୁ ପଶ୍ଚିମାଂଚଳକୁ ଆସିପାରିନାହିଁ । ମୋଟାମୋଟି କୁହାଯାଇ ପାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ବର୍ତ୍ତମାନ ମୃତବତ ପଡି ରହିଛି । ୨୦୧୪ ରେ  ତତ୍କାଳିକ ସରକାର ପଶ୍ଚିମ ଓଡିଶାରେ ଏକ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କୁ ନେଇ ତତ୍କାଳିନ ରାଜ୍ୟପାଳ ବକ୍ତବ୍ୟ ରଖିଥିଲେ କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହୋଇ ପାରିଲା ନାହିଁ । ଦଳ ବଦଳି ପାରେ ମାତ୍ର ସରକାର ଏକ କ୍ରମାଗତ ପ୍ରକ୍ରିୟା, ତେଣୁ ମୋର ଦାବି ବର୍ତ୍ତମାନର ବିଜେପି ସରକାର ଏ ଅଂଚଳ ଦିର୍ଘ ଦିନର ଦାବି ତଥା ସରକାର ର ପ୍ରତିଶୃତି ହିସାବରେ ଆମ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରୁ । ତାହା ସହ ପୂର୍ବତନ ସରକାର ର ଶେଷ ବିଧାନସଭା ଅଧିବେଶନ ରେ ତତ୍କାଳିକ ଶିଳ୍ପମନ୍ତ୍ରୀ ବଲାଙ୍ଗିର ରେ ଦୁଇଟି ଶିଳ୍ପ ପ୍ରତିଷ୍ଠା କୁ ନେଇ ଦେଇଥିବା ପ୍ରତିଶୃତି ବର୍ତ୍ତମାନର ସରକାର ପୁରଣ କରି ଆମ ଅଂଚଳରେ ଥିବା ଦାଦନ ସମସ୍ୟା, ବେରୋଜଗାରି ରୁ ଆମ ଲୋକଙ୍କୁ ମୁକ୍ତି ଦିଅନ୍ତୁ । ବିଶେଷ କରି ଆମ ଦାବି ରହିବ ଯେହେତୁ ବଲାଙ୍ଗିର ଏକ କପା ଉତ୍ପାଦନକାରୀ ଜିଲ୍ଲା ଏଠାରେ ଟେକ୍ସଟାଇଲ ମିଲ ଓ ପୂର୍ବରୁ ଦେଇଥିବା ପ୍ରତିଶୃତି ଇଥାନଲ

ଶିଳ୍ପ ପ୍ରତିଷ୍ଠା କରନ୍ତୁ ବୋଲି ନରସିଂହ ଦାବି କରିଥିଲେ । ମେଡାକାଲ କଲେଜ ଓ ଲୋୟର ସୁକତେଲ ପ୍ରସଙ୍ଗରେ ସାମ୍ବାଦିକ ଙ୍କ ପ୍ରଶ୍ନରେ ସେ କହିଥିଲେ ଲୋୟର ସୁକତେଲ ଓ ମେଡିକାଲ କଲେଜକୁ ତତ୍କାଳିନ ସରକାର ନିର୍ବାଚନ ଭୟରେ ପ୍ରକଳ୍ପ ଅଧାପନ୍ତରିତା ସତ୍ୱେ ଉଦ୍‌ଘାଟନ କରିଥିଲେ ତେଣୁ ତତ୍କାଳିନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଦ୍‌ଘାଟନି ସଭାରେ ମୁଁ ସରକାରଙ୍କୁ ତିବ୍ର ଭର୍ସନା କରିଥିଲି । ଠିକ୍ ସେହି ପରି ଅଧା ପନ୍ତରିଆ ଥିବା ଭିମଭୋଇ ମେଡିକାଲ କଲେଜ ଉଦ୍‌ଘାଟନ ସମୟରେ ମୁଁ ଅଧାରୁ ବିରୋଧ କରି ଓା୍ୱକ୍‌ଆଉଟ କରିଥିଲି । ତେଣୁ ଲୋକେ ବୁଝନ୍ତୁ ସରକାରମାନେ ଆମ ଲୋକଙ୍କୁ କିପରି ଭୁଆଁ ବୁଲାଇବା ସହ ଆମ ଅଂଚଳ ପ୍ରତି କିଭଳି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ଏହା ବର୍ତ୍ତମାନ ଆହୁରି ଉତ୍କଟ ହେଲାଣି ତେଣୁ ଏହି ସ୍ଥିତି ବଳବତ୍ତର ରହିଲେ ଆଗକୁ ନିଶ୍ଚୟ ଓଡିଶା ଦୁଇ ଭାଗ ହୋଇ ପଶ୍ଚିମ ଓଡିଶା ରେ କୋଶଲ ରାଜ୍ୟ ଗଠନ ହେବ ବୋଲି ସେ ସରକାରଙ୍କୁ ଚେତାବନି ଦେଇଥିଲେ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିକାଶ କୁ ଅଣଦେଖା କଲେ ଅଂଚଳର ଲୋକେ ପ୍ରତିକ୍ରିୟାଶିଳ ହୁଅନ୍ତୁ ଓ ଆନ୍ଦୋଳନମୁହାଁ ହୁଅନ୍ତୁ ବୋଲି ଆହ୍ୱାନ ଜଣାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ବୁଲୁ ଦାନୀ, ଅଜୟ ବାଲି, ସାନନ୍ଦ ମିଶ୍ର, ବିରେନ୍ଦ୍ର ମିଶ୍ର, ଜୁଲୁ ପଟ୍ଟନାୟକ, ଅନନ୍ତ ବେହେରା, ମାନସ ମହାନ୍ତି , ଅଙ୍କିତ ସାହୁ , ନାସିର ଖାନ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026

You Might Also Like