-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ସୋହେଲା ବ୍ଳକ ଅନ୍ତର୍ଗତ କନଗାଁ କ୍ଲଷ୍ଟରର ଚତୁର୍ଥ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସି ଆର ସି ସି କେଦାରନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ , ନିପୁନ ଓଡ଼ିଶା, ପର୍ଯ୍ୟାୟ ଭିତ୍ତିକ ମାନ ନିର୍ଦ୍ଧାରଣ, ଜାତୀୟ ଉପଲବ୍ଧି ସର୍ଭେ, ଟାବଲେଟ ବ୍ଯବହାର, ସୁରଭୀ ଉପରେ ଆଲୋଚନା କରାଯାଇଥିଲା । ସଭା ପ୍ରାରମ୍ଭରେ ଦମକିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମଚନ୍ଦ୍ର ବେହେରା ଦୀପ ପ୍ରଜ୍ବଳନ କରିଥିଲେ କରିଥିଲେ । ଏହି ବୈଠକରେ ଶିକ୍ଷୟିତ୍ରୀ ବିଜୟା ସାହୁ, ଦେବକୀ ତାଣ୍ଡି, ଲଲିତ ବାରିକ ଆଦର୍ଶ ପାଠ୍ଯ ଯୋଜନା ଉପସ୍ଥାପନ କରିଥିଲେ । ଏଫ ଏଲ ଏନ୍ ସାମଗ୍ରୀ ବିଷୟରେ ସି ଆର ସି ସି କେଦାରନାଥ ସାହୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶେଷରେ ବରିହାପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜିବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ବେହେରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଜୟା ମଗ୍ରୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପରିଚାଳନା କମିଟୀର ସଭାପତି, ସଦସ୍ଯ ସଦସ୍ଯା ସହଯୋଗ କରିଥିଲେ ।