-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ଗ୍ରାମ ପଞ୍ଚାୟତ ଡୁମ୍ବେରପାଲି ଗ୍ରାମରେ ଭାଗବତ ଜନ୍ମ ପାଳିତ ହୋଇ ଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ଯଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନୀତ ଅତିଥି ଭାବେ ସୁରେଶ୍ୱର ଶତପଥୀ, ବ୍ଯଙ୍ଗ କବି ମନୋରଞ୍ଜନ ସାହୁ, ମୁଖ୍ଯ ବକ୍ତା ଭାବେ ଅଧ୍ୟାପକ ମୋହନ ସାହୁ ଯୋଗ ଦେଇ ଭାଗବତ ଜନ୍ମ ଉପରେ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ।ଏହି ଅବସରରେ ସମ୍ବଲପୁରୀ ଭାଷାରେ ସଂସ୍କୃତ ଭାଗବତକୁ ଅନୁବାଦ କରିଥିବା ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଭାଗବତ ପ୍ରକାଶିତ କରିବାକୁ ସାଂସଦ ଚେଷ୍ଠା କରିବେ ବୋଲି ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ସାହୁ ସଭା ସଂଯୋଜନା କରିଥିବା ବେଲେ ଗୌରଚରଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗଲାହାର ସାହୁ, ବେଦବ୍ଯାସ ବିଶ୍ବାଳ, ବିକାଶ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଅଞ୍ଚଳର ବହୁ ଭାଗବତ ପ୍ରେମୀ ଉପସ୍ଥିତ ଥିଲେ।