-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
କଲାହାଣ୍ଡି:କୋକସରା(ତ୍ରିନାଥ ବେଶ୍ରା)
ଭାରତ ସରକାରଙ୍କ ଯୁବ ବୈପାର ଏବଂ କ୍ରୀଡା ମନ୍ତ୍ରଣାଳୟ ସହଯୋଗରେ କଳାହାଣ୍ଡି ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଶାଖା ତରଫରୁ ଟିପିଗୁଡ଼ା ରତ୍ନାକର ଦୁର୍ଗା ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ନେଇ ଏକ ସାଇକେଲ ରାଲି ଆୟୋଜିତ ହୋଇ ଯାଇଛି । ସ୍ୱାସ୍ଥ୍ୟ ହିଁ ସମ୍ପଦ,ଶରୀର ସର୍ବଦା ଠିକ ଓ ଚାପମୁକ୍ତ ରହିବାପାଇଁ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି ।ଏଥିପାଇଁ ପ୍ରତିଦିନ ଶାରୀରିକ ବ୍ୟାୟାମ ଓ ଯୋଗ ଆଦି ଉପରେ ଯୁବସମାଜ ଗୁରୁତ୍ୱଦେଲେ କେନ୍ଦ୍ର ସରକାରଙ୍କ ଫିଟ ଇଣ୍ଡିଆ ଡାକରା ରେ ଫଳପ୍ରଦ ହୋଇପାରିବ । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ଓ ପ୍ରୋଗ୍ରାମ ଅଫିସର ଶ୍ରୀ ଦୁତିଆ ବନ୍ଦୀଛୋର ସହଯୋଗ ରେ ଜାତୀୟ ଯୁବ ସ୍ବେଚ୍ଛାସେବୀ ଅକ୍ଷୟ କୁମାର ମେହେର ପରିଚାଳନା କରିଥିଲେ । ଉକ୍ତ ଅନୁଷ୍ଠାନ ର ସଭାପତି ତେଜନ କୁମାର ଦୁର୍ଗା ,ମୁଖ୍ୟ ଅତିଥିଭାବେ ଗଣେଶରାମ ନାଏକ ,ସମିତିସଭ୍ୟ ଟିପିଗୁଡ଼ା ପଞ୍ଚାୟତ ଯୋଗ ଦେଇଥିଲେ । ଶୁଭାଷିତ ପଟ୍ଟନାୟକ, ଶ୍ୟାମସୁନ୍ଦର ନାଏକ, ରବି ପୁଞ୍ଜି, ରାଜେଶ ମଙ୍ଗରାଜ,ପ୍ୟାରିଲାଲ ନାଏକ ପ୍ରମୁଖ ସହଯୋଗ କରିଥିଲେ ।