-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ବାଲେଶ୍ଵର (ପ୍ରେରଣା ଖବର): ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସିମୁଳିଆ ଷ୍ଟେଟବ୍ୟାଙ୍କ ଏଟିଏମକୁ ଭାଙ୍ଗି ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ। ଚୋରି ଉଦ୍ୟମ ବିଫଳ ହେବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରେ ପ୍ରମାଣ ଛାଡି ଫେରାର ହୋଇଯାଇଛନ୍ତି।ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏସବିଆଇ ଏଟିଏମ ଭିତରକୁ ପ୍ରବେଶ କରି ଏଟିଏମ ମେସିନକୁ ଧାରୁଆ କଟର ସାହାଯ୍ୟରେ କାଟି ଏଟିଏମରୁ ପଇସା ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୃତ୍ତ ସେମାନଙ୍କ ଏହି ଉଦ୍ୟମରେ ସଫଳ ନହେବାରୁ ଘଟଣାସ୍ଥଳରେ ଧାରୁଆ ଅସ୍ତ୍ର ଛାଡ଼ି ଫେରାର ହୋଇଯାଇଥିଲେ। ଖବର ପାଇ ସିମୁଳିଆ ପୁଳିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।