-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
02-Sep-2024
ବଲାଙ୍ଗିର(ପ୍ରେରଣା ଖବର) ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଶ୍ୱ ହିନ୍ଦୁ ପରିଷଦର ୬୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ହିନ୍ଦୁ ସମାଜର ସୁରକ୍ଷା ତଥା ଧର୍ମର ସମ୍ମାନ ଏବଂ ସଂସ୍କୃତିକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ଦୀର୍ଘ ସାତଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଉକ୍ତ ସଭାରେ ମୂଖ୍ୟଅତିଥି ଭାବେ ପୁରୀ ଗୋବରର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ନିର୍ମିତ ଆଦିତ୍ୟ ବାହିନୀର କ୍ଷେତ୍ରୀୟ ସଂପାଦକ ବିପିନ ବିହାରୀ ପଣ୍ଡା, ମୂଖ୍ୟବକ୍ତା ଭାବେ ବଜରଙ୍ଗ ଦଳ ପଶ୍ଚିମ ଓଡିଶା ପ୍ରାନ୍ତ ସହସଂଯୋଜକ ସୌମ୍ୟରଂଜନ ମିଶ୍ର ତଥା ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ପବିତ୍ର କୁମାର ଦାଶ, ବଲାଙ୍ଗିର ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ର ଅତିଥି ଭାବେ ଯୋଗଦେଇ ମଂଚାସୀନ ଥିଲେ । ଏହି ଅବସରରେ ସ୍ଥନୀୟ ସୁଦପଡାର ସମାଜସେବୀ ଶୁଭ୍ରମ କେଶରୀ ପ୍ରଧାନଙ୍କୁ ହିନ୍ଦୁ ଧର୍ମ ଓ ସଂସ୍କୃତି ରକ୍ଷା ଏବଂ ହିନ୍ଦୁ ସମାଜକୁ ସଂଗଠିତ କରିବାର ଦୃଢ ପ୍ରୟାସ ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗିର ଜିଲା ସଂପାଦକ ଜିତେନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କବିତା ଆସର ର ଆୟୋଜନ କରାଯାଇଥିଲା । ଏଥିରେ ଅନେକ କବି ଓ କବିୟତ୍ରୀ ତାଙ୍କ ସ୍ୱରଚିତ କବିତା ପାଠ କରିଥିଲେ ।